ଦ୍ଵିତୀୟ ଟି-୨୦ରେ ବାଜି ମାରି ସିରିଜ ଜିତି ସାରିଛି ଭାରତୀୟ ଦଳ । ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଏବଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଟାକିଙ୍ଗ ବ୍ୟାଟିଂ ବଳରେ ଭାରତୀୟ ଦଳ ୧୫.୪ ଓଭରରେ ନିର୍ଧାରିତ ଲକ୍ଷ୳କୁ ହାସଲ କରିଛି । ବାମହାତି ସ୍ପିନର ଅକ୍ସର ପଟେଲ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।
ଦ୍ଵିତୀୟ ଟି-୨୦ରେ ଟସ ଜିତି ଫିଲଡିଂର ନିଷ୍ପତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଭାରତୀୟ ବୋଲର ମଧ୍ୟ ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଆଫଗାନିସ୍ତାନକୁ ୧୭୨ ରନରେ ସୀମିତ ରଖିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ଅକ୍ସର ପଟେଲ ୨ଟି ଏବଂ ରବି ବିଷ୍ଣୋଇ ୨ଟି ୱିକେଟ୍ ନେଇଥିଲେ । ଅଲ ରାଉଣ୍ଡର ଶିବମ ଦୁବେ ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ । ଆଫଗାନିସ୍ତାନ ପକ୍ଷରୁ ଗୁଲାବଦିନ ନାଇବ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୫ଟି ଚୌକ ଏବଂ ୪ଟି ଛକ୍କା ସାମିଲ ଥିଲା ।
ଦ୍ଵିତୀୟ ଇନିଂସରେ ଭଲ ଆରମ୍ଭ ସତ୍ୱେ ରୋହିତ ଶର୍ମା ପ୍ରଥମ ବଲରେ ୱିକେଟ୍ ହରାଇଥିଲେ । କିନ୍ତୁ ୟଶସ୍ଵୀ ଜେସୱାଲ ଆଟାକିଙ୍ଗ ବ୍ୟାଟିଂର ପ୍ରଦର୍ଶନ କରି ୬୮ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୬ଟି ଛକ୍କା ସାମିଲ ଥିଲା । ପରେ ଶିବମ ଦୁବେ ଆସି ମଧ୍ୟ ଛକ୍କା ବର୍ଷା କରିଥିଲେ । ୩୨ ବଲରେ ୬୩ ରନ ସଂଗ୍ରହ କରି ସହଜ ବିଜୟ ହାସଲ କରିଥିଲେ । ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ ଟି-୨୦ ଦଳକୁ ଫେରିଥିବା ବିରାଟ କୋହଲି ମଧ୍ୟ ୧୬ ଟି ବଲରେ ୨୯ ରନ ସଂଗ୍ରହ କରିଥିଲେ । ଆଫଗାନିସ୍ତାନ ବିପକ୍ଷ ସିରିଜର ୨ ଟି ମ୍ୟାଚ ଜିତି ଭାରତ ସିରିଜ ଜିତି ସାରିଛି । ୩ୟ ବା ଶେଷ ଟି-୨୦ରେ ଆଫଗାନିସ୍ତାନକୁ ହରାଇ ସିରିଜ ମୂଳପୋଛ କରିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଶେଷ ଟି-୨୦ ଏମ୍ ଚିନ୍ନସ୍ଵାମୀ ଷ୍ଟାଡିୟମ ବାଙ୍ଗାଲୋରରେ ୧୭ ଜାନୁଆରୀରେ ଖେଳାଯିବ ।
ଅଧିକ ପଢନ୍ତୁ : ହୋଲକର କ୍ରିକେଟ ଷ୍ଟାଡିୟମ ଇନ୍ଦୋରରେ ଭାରତ ଓ ଆଫଗାନିସ୍ତାନ ଦ୍ଵିତୀୟ ଟି-୨୦