ନୂଆଦିଲ୍ଲୀ: ଆଜିଠାରୁ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ ଆସାମର ଗୌହ୍ୱାଟୀ ସହରରେ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ଭାରତ ଏବଂ ପଡ଼ୋଶୀ ଶ୍ରୀଲଙ୍କା ଦଳ ମୁହାଁମୁହିଁ ହେବେ । ମଙ୍ଗଳବାର ଅପରାହ୍ନ ୩ଟାରେ ଗୌହ୍ୱାଟୀର ବାରସାପାରା ଷ୍ଟାଡିୟମରେ ମୁକାବିଲା ହେବ । ଏଥିପାଇଁ ମଇଦାନ, ଖେଳାଳୀ ଏବଂ ଦର୍ଶକ ପ୍ରସ୍ତୁତ ।
ଦଶନ୍ଧିର ବ୍ୟବଧାନ ପରେ ଭାରତ ପ୍ରଥମ ଥର ମହିଳା କ୍ରିକେଟ୍ ବିଶ୍ୱକପ୍ ଆୟୋଜନ କରୁଛି । ସେହିପରି ବାରସାପାରା ଷ୍ଟାଡିୟମ ପ୍ରଥମ ମହିଳା ଦିନିକିଆ ମ୍ୟାଚ୍ ଆୟୋଜନ କରିଛି । ହାଇବ୍ରିଡ୍ ମଡେଲରେ ବିଶ୍ୱକପ୍ ଖେଳାଯିବ । ପାକିସ୍ତାନ ଏବଂ ଭାରତ ସମ୍ପର୍କରେ ଫାଟ ଯୋଗୁଁ କିଛି ମ୍ୟାଚ୍ ଶ୍ରୀଲଙ୍କା ଏବଂ କିଛି ମ୍ୟାଚ୍ ଭାରତରେ ଖେଳାଯିବ ।
ଅଧିନାୟକ ହରମନପ୍ରୀତ କୌରଙ୍କ ପ୍ରତିନିଧିତ୍ୱରେ ଦଳ ମଇଦାନକୁ ଓହ୍ଲାଇବ । ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ହରମନପ୍ରୀତ ଆଶାବ୍ୟକ୍ତ କରିଛନ୍ତି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରଠାରୁ ଦଳ କ୍ରମାଗତଭାବେ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ବିଶ୍ୱକପରେ ମଧ୍ୟ ଭଲ କରିବା ନେଇ ମତ ରଖିଛନ୍ତି କ୍ୟାପଟେନ୍ ।
ଅନ୍ୟପକ୍ଷରେ କ୍ୟାପଟେନ୍ ଚମାରୀ ଅଟାପଟ୍ଟୁଙ୍କ ନେତୃତ୍ୱରରେ ଲଙ୍କା ବାହିନୀ ଭାରତୀୟ ଦଳକୁ ସାମ୍ନା କରିବ ।