ଆଜି ସନ୍ଧ୍ୟାରେ ଚଳିତ ଵର୍ଷ ଆଇପିଏଲର ଚତୁର୍ଥ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଖେଳାଯିବ । ଗତ ଥର ଗୁଜୁରାଟର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଵର୍ଷ ମୁମ୍ବାଇର ଅଧିନାୟକ ଥିବାବେଳେ ୨୦୨୪ ଆଇପିଏଲର ପ୍ରଥମ ମ୍ୟାଚ ଗୁଜୁରାଟ ବିପକ୍ଷରେ ଖେଳିବେ । ଗୁଜୁରାଟର ଅଧିନାୟକ ଶୁଭମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମଦାବାଦରେ ମୁହାଁମୁହିଁ ହେବେ । ସନ୍ଧ୍ୟା ୭.୩୦ ରେ ଏହି ମ୍ୟାଚ ଖେଳାଯିବ ।
ଗୁଜୁରାଟକୁ ଦୁଇ ଥର ଫାଇନାଲରେ ପହଞ୍ଚାଇଥିବା ଏବଂ ଥରେ ବିଜେତା କରିଥିବା ହାର୍ଦ୍ଦିକ ଚଳିତ ଵର୍ଷ ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ବ କରିବେ । ମୁମ୍ବାଇର ତଥା ଆଇପିଏଲ ଇତିହାସର ସଫଳ ଅଧିନାୟକ କୁହାଯାଉଥିବା ରୋହିତ ଶର୍ମା ଚଳିତ ଵର୍ଷ କେବଳ ବ୍ୟାଟ୍ସମ୍ୟାନ ଭୂମିକାରେ ଦେଖିବାକୁ ମିଳିବେ ।
ଗୁଜୁରାଟ ଟାଇଟନ୍ସର ସମ୍ଭାବ୍ୟ ୧୧ : - ଶୁଭମନ ଗିଲ(ଅଧିନାୟକ), ରିଦ୍ଧିମାନ ସାହା (ୱିକେଟ୍ କିପର), ସାଇ ସୁଦର୍ଶନ, ଡେଭିଡ ମିଲର, ବିଜୟ ଶଙ୍କର, ଶାହରୁଖ ଖାନ, ରାହୁଲ ତେୱତୀଆ, ରଶିଦ ଖାନ, ନୁର ଅହମଦ, ଉମେଶ ଯାଦବ, ସ୍ପେନସର ଜନଶନ, ମୋହିତ ଶର୍ମା
ମୁମ୍ବାଇ ଇଂଡିଆନ୍ସ ସମ୍ଭାବ୍ୟ ୧୧:-ରୋହିତ ଶର୍ମା, ଈଶାନ କିଷାନ (ୱିକେଟ୍ କିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ ଡେଭିଡ, ନେହଲ ବଧେରା, ରୋମାରିଓ ଶେଫର୍ଡ, ପିୟୁଷ ଚାୱଲା, ଆକାଶ ମଧବଲ, ଯଶପ୍ରୀତ ବୁମରା, ନୁୱାନ ଥୁଶାରା
ଅଧିକ ପଢନ୍ତୁ : ଆଜି ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ୍