ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ସନ୍ଧ୍ୟା ୭ ଟାରେ ମୋହାଲିରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ଦଳକୁ ଫେରିବା ସହ ପୁଣି ଦଳର ପ୍ରତିନିଧିତ୍ବ କରିବେ । ଦଳରେ ସାମିଲ ହୋଇଥିବା ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁ ପ୍ରଥମ ଟି-୨୦ ଖେଳିବେ ନାହିଁ । ପୂର୍ବରୁ ଆହତ ଥିବା ସୂର୍ୟକୁମାର ଏବଂ ହାର୍ଦିକ ପାଣ୍ଡ୍ୟା ଦଳରେ ସାମିଲ ହୋଇନଥିଲେ । ଅନ୍ୟପକ୍ଷେରେ ରାହୁଲ ଦ୍ରାବିଡ଼ ମ୍ୟାଚ ପୂର୍ବରୁ ହୋଇଥିବା ପ୍ରେସ ସମ୍ମିଳନୀରେ ଆସି ମ୍ୟାଚକୁ ନେଇ ଅନେକ ସୂଚନା ଦେଇଥିଲେ । ରାହୁଲ ଦ୍ରାବିଡ଼ଙ୍କ ସୂଚନା ଅନୁଯାୟୀ ୟଶସ୍ଵୀ ଜେସୱାଲ ଓପନିଂ କରିବେ ରୋହିତ ଶର୍ମାଙ୍କ ସହିତ । ଈଶାନ କିଷାନ ବ୍ୟକ୍ତିଗତ କାରଣ ଯୋଗୁ ଦଳରେ ଚୟନ ହୋଇନଥିବା ବେଳେ ଦଳରେ ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଶ୍ରେୟସ ଆୟାରଙ୍କୁ ଦଳରେ ସ୍ଥାନ ମିଳିପାରିନଥିଲା ବୋଲି କୋଚ ରାହୁଲ ଦ୍ରାବିଡ଼ ସୂଚନା ଦେଇଥିଲେ ।
ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ସଞ୍ଜୁ ସାମସନ , ୟଶସ୍ଵୀ ଜେସୱାଲ, ଶୁବମନ ଗିଲ, ତିଲକ ବର୍ମା, ରିଙ୍କୁ ସିଂ, ଅକ୍ସର ପଟେଲ, ଅର୍ଶଦୀପ ସିଂ, ଆବେଶ ଖାନ, କୁଲଦୀପ ଯାଦବ, ମୁକେଶ କୁମାର, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ଶିବମ୍ ଦୁବେ, ରବି ବିଷ୍ଣୋଇ
ଆଫଗାନିସ୍ତାନ ଦଳ : ରହମାନୁଲ୍ଲା ଗୁରୁବାଜ , ଇବ୍ରାହିମ ଜାଦ୍ରାନ୍ (ଅଧିନାୟକ), ହଜରତୁଲ୍ଲା ଜାଜାଇ, ନଜିବୁଲ୍ଲା ଜାଦ୍ରାନ୍, ମହମ୍ମଦ ନବୀ, ଆଜମତୁଲ୍ଲା ଓମାରଜାଇ, ମୁଜିବ ଉର ରହମାନ, ଶାରଫୁଦ୍ଦିନ ଆଶ୍ରାଫ, କାଇସ ଅହମ୍ମଦ, ନବୀନ-ଉଲ-ହକ, ଫଜଲହାକ ଫରୁକି, କରିମ ଜନତ, ଇକ୍ରାମ ଅଲିଖିଲ, ଫରେଦ ଅହମ୍ମଦ ମଲିକ, ରହମତ ଶାହା, ଗୁଲବାଦ୍ଦିନ ନାଏବ
ଅଧିକ ପଢ଼ନ୍ତୁ : ରବିଚନ୍ଦ୍ରନ ଅଶ୍ୱିନଙ୍କ ପୋଷ୍ଟରେ ସୂର୍ୟକୁମାରଙ୍କ କମେଣ୍ଟ