ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ତାର ଚୂଡ଼ାନ୍ତ ଏକାଦଶ ତାଲିକା ଜାରି କରିଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ ଭାରତ ଟିମ୍ ଘୋଷଣା କରିଛି । କିଛି ଦିନର ବିରତି ପରେ ଆଗାମୀ ସିରିଜ୍ ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟା ଫେରିଛନ୍ତି । ସେହିପରି ସୁସ୍ଥ ହେବା ପରେ ପୁଣି ଥରେ ଅଧିନାୟକ ପଦ ସମ୍ଭାଳିପାରନ୍ତି ଶୁବମନ ଗିଲ୍ । ବର୍ତ୍ତମାନ ଜାରି ତାଲିକାରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିଥିବାବେଳେ ଶୁବମନ ଉପ ଅଧିନାୟକ ଅଛନ୍ତି ।
ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିବା ଆୟୋଜକ ଭାରତୀୟ ଦଳ ଦିନିକିଆରେ ସାଉଥ ଆଫ୍ରିକା ସହିତ କଡ଼ା ମୁକାବିଲା କରୁଛି । ଟ୍ୱି-ଟ୍ୱେଣ୍ଟିରେ ମଧ୍ୟ ଦଳ ଭଲ ପ୍ରଦର୍ଶନ ରଖିବା ବୋଲି ଆଶା କରାଯାଉଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ପାଇଁ ଏହି ସିରିଜ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ଯେଉଁମାନେ ଏଥିରେ ସ୍ଥାନ ପାଇଛନ୍ତି , ସେହିମାନଙ୍କୁ ବିଶ୍ୱ କପ ଖେଳିବାକୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଭାରତୀୟ ଦଳର ସ୍କ୍ୱାର୍ଡରେ ଜାରି ତାଲିକାରେ ଅଛନ୍ତି, ,ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଶୁବମନ ଗିଲ୍ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର୍ ପଟେଲ୍, ଜିତେଶ ଶର୍ମା (ୱିକେଟ୍ କିପର୍), ସଞ୍ଜୁ ସାମସନ୍ (ୱିକେଟ୍ କିପର୍), ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ।
ଏସିଆ କପ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ଆଘାତ ଯୋଗୁଁ ସେ ଟିମରୁ ବାହାରେ ଥିଲେ । ସେ ପାକିସ୍ତାନ ବିପକ୍ଷ ଫାଇନାଲ ମୁକାବିଲା ମଧ୍ୟ ଖେଳି ପାରି ନ ଥିଲେ । ସେ ବୁଧବାର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି ।
ଭାରତ ବନାମ ଦ.ଆଫ୍ରିକା T-20 କାର୍ଯ୍ୟସୂଚୀ
👉ଡିସେମ୍ବର ୯- ବାରବାଟୀ ଷ୍ଟାଡିୟମ୍, କଟକ
👉ଡିସେମ୍ବର ୧୧- ମହାରାଜା ୟଦବିନ୍ଦ୍ର ସିଂ ଷ୍ଟାଡିୟମ୍, ଚଣ୍ଡିଗଡ଼
👉ଡିସେମ୍ବର ୧୪- ଧର୍ମଶାଳା, ହିମାଚଳ ପ୍ରଦେଶ
👉ଡିସେମ୍ବର ୧୭- ଅଟଳ ବିହାରୀ ବାଚପାୟୀ ଷ୍ଟାଡିୟମ୍, ଲକ୍ଷ୍ନୌ
👉ଡିସେମ୍ବର ୧୯- ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍, ଅହମ୍ମଦାବାଦ