ସୁପରମମ୍ ମାରିକମଙ୍କ କମାଲ, ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ପକ୍କା କଲେ ପଦକ
Khabar Odisha:sports-odisha-boxer-mc-marycom-confirm-a-medal-in-world-boxing-championship
ଋଷ, ଅକ୍ଟୋବର ୧୦(ଖବର ଓଡିଶା):

ଋଷର ଉଲାନ ଉଦ ସହରରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନସିପରେ ଆଜି ଦେଶ ପାଇଁ ଗର୍ବ ଆଣିଥିବା ବକ୍ସର ମାରିକମ୍ ପଦକ ପକ୍କା କରିଛନ୍ତି । ୫୧କେଜି ବକ୍ସିଂ ପ୍ରତିଯୋଗିତାର କ୍ୱାଟରଫାଇନାଲରେ କଲମ୍ବିଆର ଭିକ୍ଟୋରିଆ ଭେଲୋଲିଆଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ପଦକ ଭାରତୀୟ ବକ୍ସର ମାରିକମଙ୍କ ପାଇଁ ବିଶ୍ୱ ପ୍ରତିଯୋଗିତାରେ ଅଷ୍ଟମ ପଦକ ହେବ ।

ଏହା ପୂର୍ବରୁ ୬ଥରର ଚାମ୍ପିଆନ ଏମସି ମାରିକମ ଗତ ମଙ୍ଗଳବାର ଥାଇଲାଣ୍ଡର ଜୁଟାମାସ ଜିଟପୋଙ୍ଗଙ୍କୁ ୫-୦ରେ ମାତ୍ ଦେଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ ।

ଆଜି ୪୮କେଜି ବର୍ଗରେ ବକ୍ସର ମଞ୍ଜୁ ମଧ୍ୟ ନିଜର କ୍ୱାଟରଫାଇନାଲ ମ୍ୟାଚ ଖେଳିବେ । ସେ ଏକ ନମ୍ବର ଖେଳାଳି କୋରିଆର କିମ୍ ହେୟୋଙ୍ଗଙ୍କୁ ଭେଟିବେ ।  ଆଜିର ମ୍ୟାଚ ଜିତିଲେ ସେ ମଧ୍ୟ ପଦକ ପକ୍କା କରିବେ ।

  • Tags:

Subscribe

National International State Sports Entertainment