ଭାରତ ବନାମ ଇଣ୍ଡିଜ: କ୍ରିକେଟରେ ବଡ଼ ପରିବର୍ତ୍ତନ, ଏବେ ତୃତୀୟ ଅମ୍ପାୟାର ଦେବେ ପାଦର ନୋ ବଲ
Khabar Odisha:sports--cricket--odisha-third-umpire-not-on-field-officials-to-call-front-foot-no-balls-in-india-west-indies-series
ନୂଆଦିଲ୍ଲୀ, ଡିସେମ୍ବର୦୫(ଖବର ଓଡ଼ିଶା):

କାଲିଠୁ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍ ଐତିହାସିକ ପରିବର୍ତ୍ତନ ସହିତ ଖେଳାଯିବ। ଏବେ ବୋଲରଙ୍କ ଦ୍ଵାରା ଫିଙ୍ଗା ଯାଉଥିବା ନୋ ବଲ ନିଷ୍ପତ୍ତି ପଡ଼ିଆ ଅମ୍ପାୟର ନୁହଁ ତୃତୀୟ ଅମ୍ପାୟର ନେବେ। ଆଇସିସି ଗୁରୁବାର ଏହି କ୍ରାନ୍ତିକାରୀ ନିଷ୍ପତ୍ତିର ଘୋଷଣା କରିଛି। ଏହି ନିୟମ ଟି-୨୦ ଶୃଙ୍ଖଳା ପରେ ଦିନିକିଆ ଶୃଙ୍ଖଳାରେ ମଧ୍ୟରେ ଲାଗୁ କରାଯିବ। ଆଇସିସି କହିଛି ଯେ, ଡାଉଟ୍ ଅଫ ବେନିଫିଟର ଲାଭ ବୋଲରଙ୍କୁ ମିଳିବ।

ସଂପ୍ରତି ଏହି ନିୟମକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ଯଦି ଏହି ନିୟମ ସଫଳ ରହେ ତେବେ ପଡ଼ିଆ ଅମ୍ପାୟାରଙ୍କ ବୋଲରଙ୍କ ପାଦର ନୋ ବଲ ଦିଆଯାଉଥିବା ଅଧିକାର ହରାଇବେ। ବେଳେ ବେଳେ ଦେଖାଯାଏ ଯେ, ପଡ଼ିଆ ଅମ୍ପାୟର ଅନେକ ଥର ନୋ ବଲକୁ ଦେଖି ପାରିନଥାନ୍ତି ଓ ଖେଳାଳିଙ୍କୁ ଆଉଟ୍ ଦିଆଯାଏ।

ଅନେକ ଥର ଏହାର ପ୍ରଭାବ ମ୍ୟାଚର ଶେଷ ବଲରେ ମଧ୍ୟ ପଡ଼ିଛି, ଯେଉଁଠି ବଲ ନୋ ବଲ ହେବାର ଥିଲା, ସେଠାରେ ବ୍ୟାଟସମ୍ୟାନଙ୍କୁ ଆଉଟ୍ ଘୋଷିତ କରାଯାଇଛି। ଏହା ବ୍ୟତୀତ ଯେଉଁ ବଲ ଫ୍ରି ହିଟ୍ ହେବାର ଥିଲା,ସେହି ବଲରେ ଓ୍ଵିକେଟ୍ ମଧ୍ୟ ମିଳିଯାଉଛି। ଏହାର କାରଣ ଅମ୍ପାୟର ଠିକରେ ନୋ ବଲ ଦେଖିପାରିନଥାନ୍ତି।

ଆଇସିସି ନିଜର ବୟାନରେ କହିଛି ଯେ, ପୂରା ପରୀକ୍ଷଣ ସମୟରେ ତୃତୀୟ ଅମ୍ପାୟାର ବୋଲରଙ୍କ ପ୍ରତ୍ୟେକ ବଲ ଉପରେ ନଜର ରଖିବେ। ଯଦି ବୋଲରଙ୍କ ପାଦ ଗାର ଅତିକ୍ରମ କରୁଛି, ତେବେ ତୃତୀୟ ଅମ୍ପାୟାର ପଡ଼ିଆ ଅମ୍ପାୟର ସହ ଆଲୋଚନା କରିବେ, ଯାହା ପରେ ନୋ ବଲ ଘୋଷିତ କରାଯିବ।

ଓ୍ଵେଷ୍ଟଇଣ୍ଡିଜ ଗସ୍ତର କ୍ରୀଡାସୂଚୀ

ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ରୁ ୧୧ ତାରିଖ ପର୍ୟ୍ୟ ନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ଭାଇଜାଗ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

ଟି-୨୦ ସିରିଜ୍

ଡିସେମ୍ବର ୬- ପ୍ରଥମ ଟ୍ଵି ୨୦, ମୁମ୍ବାଇ

ଡିସେମ୍ବର ୮- ଦ୍ଵିତୀୟ ଟି ୨୦, ତିରୁଅନନ୍ତପୁରମ

ଡିସେମ୍ବର ୧୧- ତୃତୀୟ ଟି ୨୦, ହାଇଦ୍ରାବାଦ

ଦିନିକିଆ ସିରିଜ୍

ଡିସେମ୍ବର ୧୫- ପ୍ରଥମ ଦିନିକିଆ, ଚେନ୍ନାଇ

ଡିସେମ୍ବର ୧୮- ଦ୍ଵିତୀୟ ଦିନିକିଆ, ବିଶାଖାପାଟଣା

ଡିସେମ୍ବର ୨୨- ତୃତୀୟ ଦିନିକିଆ, କଟକ

Subscribe

National International State Sports Entertainment