ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ ପୂରା କଲେ ଧାଓ୍ଵନ, ହେଲେ ପଞ୍ଚମ ଭାରତୀୟ
Khabar Odisha:sports--cricket--odisha-mumbai-odi-shikhar-dhawan-completes-1000-runs-in-odi-against-australia-5th-indian
ମୁମ୍ବାଇ, ଜାନୁଆରୀ୧୪(ଖବର ଓଡ଼ିଶା):

 ଭାରତୀୟ ଓପନର ଶିଖର ଧାଓ୍ଵନ ମଙ୍ଗଳବାର ଏକ ଖାସ୍ ଉପଲବ୍ଧି ନିଜ ନାମରେ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦୦ ରନ ପୂରଣ  କରିଛନ୍ତି। ମୁମ୍ବାଇର ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ସେ ଏହି କୃତିତ୍ଵ ହାସଲ କରିଛନ୍ତି।

ବାମହାତୀ ବ୍ୟାଟସମ୍ୟାନ ଧାଓ୍ଵନ ଏହି ଦଳ ବିରୋଧରେ ଦିନିକିଆରେ ୧୦୦୦ ରନ ପୂରା କରିବାରେ ବିଶ୍ଵର ୩୨ ତମ ଖେଳାଳି ହୋଇଛନ୍ତି। ମହାନ ଭାରତୀୟ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର(୩୦୭୭), ମହେନ୍ଦ୍ର ସିଂହ ଧୋନୀ(୧୭୨୭) ଓ ରୋହିତ ଶର୍ମା(୨୦୪୭)ର ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। 

୩୪ ବର୍ଷୀୟ ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷ ୨୫ତମ ଇନିଂସରେ ଏହା ହାସଲ କରିଛନ୍ତି। ଧାଓ୍ଵନ ଅଦ୍ୟାବଧି ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଧାଓ୍ଵନ ଓ୍ଵାଙ୍ଖେଡ଼ା ଷ୍ଟାଡ଼ିୟମରେ ୬୬ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୯୧ ବଲରୁ ୯ ଚୌକା ଓ ୧ ଛକା ଜରିଆରେ ୭୪ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। 

ଏହି ମ୍ୟାଚ୍ ପୂର୍ବରୁ ଧାଓ୍ଵନ ୧୩୩ଟି ଦିନିକିଆରେ ମୋଟ୍ ୫୫୧୮ ରନ କରିଛନ୍ତି। ଏଥିରେ ୧୭ ଶତକ ଓ ୨୭ ଅର୍ଦ୍ଧଶତକ ସାମିଲ।

Subscribe

National International State Sports Entertainment