ଗାଙ୍ଗୁଲିଙ୍କ ରେକର୍ଡ଼ ଭାଙ୍ଗିଲେ ରନ୍ ମେସିନ୍ କୋହଲି
Khabar Odisha:sports--cricket--odisha-most-runs-as-captain-in-odi-for-india-virat-kohli-surpasses-sourav-ganguly
ନୂଆଦିଲ୍ଲୀ, ଫେବୃଆରୀ୦୫(ଖବର ଓଡ଼ିଶା):

ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୪ ଓ୍ଵିକେଟରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ଘରୋଇ ନ୍ୟୁଜିଲାଣ୍ଡ। ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟସମ୍ୟାନ ବିରାଟ କୋହଲି ଅଧିନାୟକ ଭାବେ ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିଥିବା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। 

ଅଧିନାୟକ କୋହଲି ହାମିଲଟନରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ  ୫୧ ରନ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ତାଙ୍କ ନାମରେ ୮୬ଟି ମ୍ୟାଚରୁ ୮୨ଟି ଇନିଂସରେ ୫୦୭୨ ରନ ଥିଲା। କୋହଲିଙ୍କ ନାମରେ ଏବେ ଅଧିନାୟକ ଭାବେ ୮୩ ଦିନିକିାରୁ ୫୧୨୩ ରନ ରହିଛି। ଗାଙ୍ଗୁଲି ୧୪୨ଟି ପାଳିରୁ ୫୦୮୨ ରନ କରିଥିଲେ। ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଏହି ମାମଲାରେ ଧୋନୀ ସବୁଠୁ ଆଗରେ ଅଛନ୍ତି। ଧୋନୀ ୧୭୨ଟି ଇନିଂସରୁ ୬୬୪୧ ରନ କରିଛନ୍ତି।

ଦିନିକିଆରେ ଅଧିନାୟକ ଭାବେ ବିଶ୍ଵରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୮୪୯୭ ରନ କରିଛନ୍ତି। ଧୋନୀ ୬୬୪୧ ରନ ସହ ଦ୍ଵିତୀୟରେ ଏବଂ ୬୨୯୫ ରନ ସହ ନ୍ୟୁଜିଲାଣ୍ଡର ଷ୍ଟିଫେନ ଫ୍ଲେମିଂ ତୃତୀୟରେ ଅଛନ୍ତି।

Subscribe

National International State Sports Entertainment