ମୋର ବିଶ୍ଵ କପ୍ ଖେଳିବା ଆଇପିଏଲ ଫର୍ମ ସ୍ଥିର କରିବ: ଡି ଭିଲିୟର୍ସ
Khabar Odisha:sports--cricket--odisha-de-villiers-may-decide-to-return-in-international-cricket-depends-on-ipl-form
ସିଡନୀ, ଜାନୁଆରୀ୧୪(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ମଙ୍ଗଳବାର କହିଛନ୍ତି ଯେ, ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵ କପ୍ ପୂର୍ବରୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଆଇପିଏଲର ଫର୍ମ ଉପରେ ନିର୍ଭର କରେ। 

କ୍ରିକେଟ୍ ଅଷ୍ଟ୍ରେଲିଆର ସରକାରୀ ଓ୍ଵେବସାଇଟ କ୍ରିକେଟ୍  ଡଟ୍ କମ ଡଟ୍ ୟୁରେ ୩୫ ବର୍ଷୀୟ ଏହି ଆକ୍ରମଣାତ୍ମକ ବ୍ୟାଟସମ୍ୟାନ କହିଛନ୍ତି ଯେ, ସେ ସନ୍ନ୍ୟାସ ନେବାର ଦୁଇ ବର୍ଷ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବେ। ସଂପ୍ରତି ଡିଭିଲିୟର୍ସ ଅଷ୍ଟ୍ରେଲିଆର ବିଗ୍ ବାସ ଲିଗରେ ଖେଳୁଛନ୍ତି। 

ସେ କହିଛନ୍ତି ଯେ, ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛି। ମୁଁ ଦକ୍ଷିଣ ଆଫ୍ରିକାର କୋଚ୍ ମାର୍କ ବାଉଚର, କ୍ରିକେଟ୍ ନିର୍ଦ୍ଦେଶକ ଗ୍ରେମ ସ୍ମିଥ୍ ଓ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ସହ ଆଲୋଚନା କରୁଛି। ସମସ୍ତେ ମୋର ପ୍ରତ୍ୟାବର୍ତ୍ତନ ଚାହୁଁଛନ୍ତି। 

ଏବେ ମଧ୍ୟ ଅନେକ ଖେଳ ବାକି ରହିଛି ଏବଂ ବହୁତ କିଛି ମଧ୍ୟ ହୋଇପାରିବ। ଆଇପିଏଲର ଫର୍ମ ନିର୍ଦ୍ଧାରଣ କରିବ ଯେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରୁଛି ନା ନାହିଁ। ଏଥିପାଇଁ ମୁଁ ନିଜର ନାମ ସମ୍ଭାବିତ ଖେଳାଳିଙ୍କ ମଧ୍ୟରେ ସାମିଲ କରୁଛି ଏବଂ ଆଶା କରୁଛି ଯେ ସବୁ କିଛି ଠିକ୍ ହୋଇଯିବ।

Subscribe

National International State Sports Entertainment