ଏଜେଣ୍ଡା ଆଧାରରେ କୋଚ୍ ଶାସ୍ତ୍ରୀଙ୍କୁ ଟ୍ରୋଲ କରାଯାଉଛି : କୋହଲି
Khabar Odisha:sports--cricket--odisha-coach-shastri-s-trolling-is-agenda-driven-feels-captain-virat-kohli
ନୂଆଦିଲ୍ଲୀ, ନଭେମ୍ବର୩୦(ଖବର ଓଡ଼ିଶା):

 ଅଧିନାୟକ ବିରାଟ କୋହଲି ରବି ଶାସ୍ତ୍ରୀଙ୍କୁ କ୍ରମାଗତ ଟ୍ରୋଲ କରାଯାଉଥିବା ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ରବି ଶାସ୍ତ୍ରୀଙ୍କୁ ଟ୍ରୋଲ କରାଯିବା ପଛରେ କୌଣସି ଏକ ଏଜେଣ୍ଡା ଚାଲିଛି। ଭାରତୀୟ କୋଚ୍ ଏହି ଧାରଣାରୁ ସବୁଠୁ କମ ପ୍ରଭାବିତ ହୁଅନ୍ତି ଯେ, ସେ ଅଧିନାୟକଙ୍କ କଥା କେବଳ  ହଁ ମାରନ୍ତି। କୋହଲି କହିଛନ୍ତି ଯେ, ଶାସ୍ତ୍ରୀ ସାହାସର ସହ ବିନା ହେଲମେଟରେ ଦ୍ରୁତ ବୋଲରଙ୍କୁ ସାମ୍ନା କରିଛନ୍ତି ଏବଂ ଓପନିଂ ବ୍ୟାଟସମ୍ୟାନ ରୂପେ ୪୧ ହାରରେ ରନ କରିଛନ୍ତି, ଯାହା ସଂପ୍ରତି କୋଚଙ୍କ  ସମାଲୋଚକଙ୍କ ପାଇଁ ଏକ କଡ଼ା ଜବାବ।

ମୋତେ ଲାଗୁଛି ଯେ, ଏଥିରେ ଅଧିକାଂଶ ଅପ ପ୍ରଚାର ଏଜେଣ୍ଡା ଆଧାରିତ ଅଟେ। ଜଣା ଏମିତି କିଏ କଣ ପାଇଁ କରୁଛି। ରବି ଭାଇ ଜଣେ ଏମିତି ବ୍ୟକ୍ତି ଯିଏ ଏହି ସବୁ ଅପ ପ୍ରଚାର ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବାମହାତୀ ସ୍ପିନର ଭାବେ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଶାସ୍ତ୍ରୀ ପରେ ଭାରତ ପାଇଁ  ଓପନିଂ କରିଥିଲେ। ୧୯୮୫ ବିଶ୍ଵ ସିରିଜ କ୍ରିକେଟରେ ଚମ୍ପିଆନ ଅଫ ଚମ୍ପିଆନର ପ୍ରତିଷ୍ଠିତ ପୁରସ୍କାର ମଧ୍ୟ ପାଇଥିଲେ। ମୁଖ୍ୟ କୋଚଙ୍କ ସମର୍ଥନରେ ଅଧିନାୟକ କୋହଲି ଏହି ସବୁ ତର୍କ ରଖିଥିଲେ। 

କୋହଲି ଟ୍ରୋଲ କରୁଥିବା ଲୋକଙ୍କୁ ସନ୍ଦେଶ ଦେଇ  କହିଛନ୍ତି ଯେ, ଶାସ୍ତ୍ରୀ ଦଶମ ନମ୍ବରରୁ ଓପନିଂ ବ୍ୟାଟସମ୍ୟାନ ଭାବେ ନିଜକୁ ପ୍ରତିପାଦିତ କରି ୪୧ ହାରରେ ରନ କରିଛନ୍ତି। ସେ ଘରେ ବସି ଟ୍ରୋଲ କରୁଥିବା ଲୋକଙ୍କୁ ନେଇ କେବେ ବିଚଳିତ ହୁଅନ୍ତି ନାହିଁ କି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଯଦି ଆପଣ ଏମିତି ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ଟ୍ରୋଲ କରିବାକୁ ଚାହୁଁଛନ୍ତି ତେବେ ପୁଣି ସେହି ବୋଲରଙ୍କ ସାମ୍ନା କରନ୍ତୁ, ଯାହାଙ୍କୁ ଶାସ୍ତ୍ରୀ ନିଜ ସମୟରେ କରିଥିଲେ। ଏହା ପରେ ଯାଇ ତାଙ୍କ ସହ ଯୁକ୍ତି କରନ୍ତୁ।

Subscribe

National International State Sports Entertainment