ଆଇସିସି ଟି-୨୦ ରାହୁଲଙ୍କ ଜଲଓ୍ଵା, ଶୀର୍ଷ-୧୦ରେ ପ୍ରବେଶ କଲେ କୋହଲି
Khabar Odisha:sports--cricket--odisha--t20i-rankings-kohli-entered-the-top-10-kl-rahul-remains-highest-ranked-indian
ମୁମ୍ବାଇ, ଡିସେମ୍ବର୧୨(ଖବର ଓଡ଼ିଶା):

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ କରିଥିବା ଭାରତର ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ଆଇସିସି ଦ୍ଵାରା ଜାରି ସଦ୍ୟତମ ଟି-୨୦ ମାନ୍ୟତାରେ ଫାଇଦା  ହୋଇଛି। ମାନ୍ୟତାରେ ରାହୁଲ ତିନୋଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ କୋହଲି ପାଞ୍ଚଟି ସ୍ଥାନ ଉପରକୁ ଉଠି ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ଦମରେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବାରେ ସଫଳ ହୋଇଛି। ରୋହିତ ଗୋଟିଏ ସ୍ଥାନ ତଳକୁ ଖସି ନବମ ସ୍ଥାନରେ ପହଞ୍ଚିଛନ୍ତି। 

ରାହୁଲ ଓ୍ଵାଙ୍ଖେଡ଼ା ଷ୍ଟାଡ଼ିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ୫୬ଟି ବଲରୁ ୯୧ ରନ କରିଥିଲେ। ଏହି ନିର୍ଣ୍ଣାୟକ ମ୍ୟାଚରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୃଙ୍ଖଳାରେ ତିନି ମ୍ୟାଚରୁ ରାହୁଲ ମୋଟ୍ ୧୬୪ ରନ କରିଛନ୍ତି। କୋହଲି ମୋଟ୍ ୧୮୩ ରନ କରିଛନ୍ତି। କୋହଲି ଟୂର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ରୋହିତ ପ୍ରଥମ ଦୁଇଟି ମ୍ୟାଚରେ ବିଫଳ  ହୋଇଥିବା ବେଳେ ତୃତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରି ୭୧ ରନ କରିଥିଲେ। ତଥାପି ଗୋଟିଏ ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଛନ୍ତି। ରୋହିତ ଏବଂ କୋହଲି ସଂପ୍ରତି ଟି-୨୦ ଆନ୍ତର୍ଜାତୀୟରେ ସବୁଠୁ ଅଧିକ ରନ କରିବା ମାମଲାରେ ଯୁଗ୍ମ ଶୀର୍ଷରେ ଅଛନ୍ତି। ଉଭୟ ୨,୬୩୩ ରନ କରିଛନ୍ତି।

Subscribe

National International State Sports Entertainment