ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି । ଆସନ୍ତା ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦର ସେଣ୍ଟର୍ ଅଫ୍ ଏକ୍ସିଲେନ୍ସି (ସିଓଇ)ର ସ୍ପୋର୍ଟସ୍ ସାଇନ୍ସ ଆଣ୍ଡ୍ ମେଡିସିନ୍ (ଏସ୍ଏସ୍ଏମ୍) ଟିମ୍ ଶୁଭମନଙ୍କୁ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଅନୁମତି ପ୍ରଦାନ କରିଛନ୍ତି ।
କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଶୁଭମନ ଖେଳିବାକୁ ଅନୁମତି ପାଇଛନ୍ତି । ଏହା ପୂର୍ବରୁ ବିସିସିଆଇ ଟି-ଟ୍ୱେଣ୍ଟି ସ୍କ୍ୱାର୍ଡରେ ଶୁଭମନଙ୍କୁ ଉପ-ଅଧିନାୟକ ପାଇଁ ଚୟନ କରିସାରିଥିଲା । କିନ୍ତୁ ସିଓଇ ଶୁଭମନଙ୍କୁ ସବୁଜ ସଙ୍କେତ ଦେଇ ନଥିଲା ।
କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଳେ ଶୁଭମନଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସମସ୍ତ ଟେଷ୍ଟ ଓ ଦିନିକିଆରୁ ବାଦ ଦେବାକୁ ପଡ଼ିଥିଲା । ସେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ପୁଣି ଥରେ ଦଳକୁ ଫେରିବାକୁ ବହୁତ ନୀତି ନିୟମ ଦେଇ ଗତି କରିବାକୁ ପଡ଼ିଥିଲା । ଏହା ପରେ ସିଓଇ ଶୁଭମନଙ୍କୁ ଖେଳିବାକୁ ଅନୁମତି ଦେବାକୁ ଏସ୍ଏସ୍ଏମ୍ କୁ ଚିଠି ଲେଖିଥିଲା।