ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର ୮, ଅଣ୍ଡର ୧୦ ଓ ଅଣ୍ଡର ୧୨ ଫିଡେ ଚେସ ବିଶ୍ୱକପରେ ଅଂଶଗ୍ରହଣ କରି ଅଣ୍ଡର ୮ ବିଭାଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ୱାଇଁ । ପୂର୍ବରୁ ରାଷ୍ଟ୍ରୀୟ ଏବଂ ଜାତୀୟ ସ୍ତରରେ ଅନେକ ପଦକ ଜିତିବା ପରେ ବିଶ୍ୱ ମହଲରେ ଭାରତ ପାଇଁ ପଦକ ଜିତି ସୁନାମ ଅର୍ଜନ କରିଛନ୍ତି। ତେବେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପ୍ରଦର୍ଶନକୁ ନେଇ ଖୁସି ଥିବା ପ୍ରତିକ୍ରିୟା ରଖିଛନ୍ତି ସାତ୍ତ୍ଵିକ।
ଜର୍ଜିଆରେ ପୁଅ ସହ ରହି ପୁଅକୁ ପଦକ ଜିତାଇବାରେ ସାହାଯ୍ୟ କରୁଥୁବା ବାପା ସମ୍ବିତ ମଧ୍ୟ ପୁଅର ପ୍ରଦର୍ଶନକୁ ନେଇ ବେଶ ଖୁସି ଥିବା ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ମା ସୋନମ ସରିତା ମହାନ୍ତି ପୁଅର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଥିବାବେଳେ ୨୦୨୦ ରେ ପୁଅକୁ ଚେସ ଖେଳିବାକୁ ପ୍ରୋତ୍ସାହନ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି। ତେବେ ସାତ୍ତ୍ଵିକ ୧୫୬୭ ପଏଣ୍ଟ ହାସଲ କରି ଆଜାଦ ଖୁଦୁଜାଦେଙ୍କୁ (୧୪୬୨) ପରାସ୍ତ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବାବେଳେ ପରିବାର ଲୋକଙ୍କ ସହ ପଢ଼ୁଥୁବା ଡ଼ିଏଭି ସ୍କୁଲର ଶିକ୍ଷକ ଏବଂ ଚେସ ଆସୋସିଏସନର ସଦସ୍ୟ ସାତ୍ତ୍ଵିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କ ନିବାସରେ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଭାରତୀୟ କ୍ରିକେଟ୍ ଟିମ୍