ରବିବାର ଭାରତ ଓ ଜିମ୍ବାୱେ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୪୨ ରନରେ ବାଜି ମାରିଛି ଭାରତୀୟ ଦଳ । ଭାରତୀୟ ଦଳ ଉପ-ଅଧିନାୟକ ସଞ୍ଜୁ ସାମସନ ୪୫ ବଲରେ ୫୮ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ଗୋଟିଏ ଚୌକା ମାରିଥିବାବେଳେ ୪ ଟି ବଡ ଛକ୍କା ମାରିଥିଲେ ।
ଏହି ମ୍ୟାଚରେ ସଞ୍ଜୁ ସାମସନ ୧୧୦ ମିଟରର ଏକ ଲମ୍ବା ଛକା ମାରିଥିଲେ ଯାହାଦ୍ୱାରା ବଲ୍ ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା ସୋସିଆଲ ମିଡିଆରେ ସଞ୍ଜୁଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୧୧୦ ମିଟରର ବଡ ଛକ୍କା ସହ ସଞ୍ଜୁ ଶକ୍ତି ପ୍ରଦର୍ଶନ କରିଛନ୍ତି ଏବଂ ଭାରତୀୟ ଦଳରେ ଫିନିସର ଭୂମିକା ପାଇଁ ମଧ୍ୟ ନିଜ ସ୍ଥାନ ମଜବୁତ କରିଛନ୍ତି ।
ଜିମ୍ବାୱେ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଭଲ ୩.୫ ଓଭରରେ ୩୮ ରନ ସ୍କୋର କରି ଦୁଇଟି ୱିକେଟ୍ ହରାଇଥିଲା। ଗିଲଙ୍କ ୱିକେଟ୍ ପରେ ବାରଟା ପାଞ୍ଚ ଓଭରରେ ୪୦ ରନରେ ୩ ୱିକେଟ୍ ହରାଇଥିଲା। ଏହା ପରେ ରିୟାନ ପରାଗଙ୍କ ସହ ସଞ୍ଜୁ ସାମସନ ଇନିଂସକୁ ଆଗକୁ ବଢାଇବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ସାମସନ ପ୍ରଥମ ୧୪ ବଲରେ ୧୦ ରନ ସ୍କୋର କରିଥିଲେ, କିନ୍ତୁ ଏହା ପରେ ସେ ଧୀରେ ଧୀରେ ଜିମ୍ବାୱେ ବୋଲରଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ।
ସଞ୍ଜୁ ସାମସନ ଇନିଂସର ଦ୍ୱାଦଶ ଓଭରରେ ବ୍ରେଣ୍ଡନ ମାଭୁଟାଙ୍କ ବିପକ୍ଷରେ କ୍ରମାଗତ ୨ ଟି ଛକା ମାରିଥିଲେ। ଏହି ସମୟରେ ସେ ୧୧୦ ମିଟରର ଏକ ଲମ୍ବା ଛକ୍କା ମାରିଥିଲେ, ଫଳରେ ବଲ ଷ୍ଟାଡିୟମରୁ ବାହାରକୁ ଚାଲିଯାଇଥିଲା ।
ସଞ୍ଜୁ ସାମସନ ଟି-୨୦ ଇଣ୍ଟରନ୍ୟାସନାଲରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ଏକ ସ୍ୱତନ୍ତ୍ର କ୍ଲବରେ ପ୍ରବେଶ କରିଛନ୍ତି । ସଞ୍ଜୁ ସାମସନ ଟି-୨୦ କ୍ରିକେଟରେ ୩୦୦ ଛକା ପୂରଣ କରିଛନ୍ତି ଏବଂ ଟି-୨୦ ରେ ୩୦୦ କିମ୍ବା ୩୦୦ ରୁ ଅଧିକ ଛକ୍କା ମାରିବାରେ ସପ୍ତମ ଭାରତୀୟ ହୋଇଛନ୍ତି ।