ନୂଆ ଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ବ୍ୟାଡମିଣ୍ଟନ ତାରାକା ସାଇନା ନେହୱାଲ ଗମ୍ଭୀର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଇ ଗତି କରୁଛନ୍ତି । ଯାହା ଏବେ ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ଯେଉଁଥିପାଇଁ ସେ ଖେଳରୁ ସନ୍ନାସ ନେଇ ମଧ୍ୟ ପାରନ୍ତି ।
ନିକଟରେ ଏକ ପୋଡକାଷ୍ଟରେ ସାଇନା ନେହୱାଲ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ କହିଛନ୍ତି । ସେ ଆର୍ଥ୍ରାଇଟ୍ସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଯେଉଁଥିପାଇଁ ତାଙ୍କ ଆଣ୍ଠୁ ଗଣ୍ଠିରେ ସମସ୍ୟା ଦେଖା ଦେଇଛି । ଯାହା ତାଙ୍କ ଖେଳ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କାରଣ ବ୍ୟାୟାମ ଓ ବ୍ୟାଡମିଣ୍ଟନ ଅଭ୍ୟାସ କରିବାରେ ସମସ୍ୟା ସୃଷ୍ଟି ହେଉଛି ।
ତେବେ ଏହି ପୋଡକାଷ୍ଟରେ ଖେଳରୁ ସନ୍ନାସ ନେବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେ ଚଳିତ ବର୍ଷ ଶେଷ ସୁଦ୍ଧା ଅବସରର ନେଇ ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଖେଳ କ୍ୟାରିୟର ବହୁତ ଲମ୍ବା ରହିଛି ଏବଂ ସେ କିଛି ହାସଲ ମଧ୍ୟ କରିଛନ୍ତି । ଯାହା ପାଇଁ ସେ ଗର୍ବିତ ଅଟନ୍ତି । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ, ଯେ କିପରି ଅନୁଭବ କରୁଛନ୍ତି ।
ଆର୍ଥ୍ରାଇଟ୍ସ ହେଉଛି ଗଣ୍ଠିଜନିତ ସମସ୍ୟା ରୋଗ ଅଟେ । ଏହା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବା, ଦରଜ ହେବା ଓ ଆଣ୍ଠୁ ଫୁଲିବା ଭଳି ସମସ୍ୟା ଦେଖା ଦେଇଥାଏ ।