ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ରୋମାଞ୍ଚକର ମ୍ୟାଚରେ ୟୁପି ୱାରିୟର୍ସକୁ ଦୁଇଟି ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୬ ୱିକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଟାର୍ଗେଟକୁ ପିଛାକରି ୟୁପି ୭ ୱିକେଟ ହରାଇ ମାତ୍ର ୧୫୫ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ରନରେ ମ୍ୟାଚ ଜିତିବା ସହ ଶୋଭନା ଆଶା ସର୍ବାଧିକ ୫ଟି ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ୟୁପି ଅଧିନାୟକ ଆଲିସା ହେଲି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୬ ୱିକେଟ ହରାଇବା ପରେ ସ୍କୋର ବୋର୍ଡରେ ୧୫୭ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଛା ଘୋଷ ଚମତ୍କାର ବ୍ୟାଟିଂ କରି ୩୭ ବଲରେ ୬୨ ରନର ଇନିଂସ ଖେଳିଥିଲେ। ମେଘନା ୪୪ ବଲରେ ୫୩ ରନ ସଂଗ୍ରହ କରିଥିବାବେଳେ ଶେଷ ବଲରେ ଛକ୍କା ମାରି ଶ୍ରେୟଙ୍କା ପାଟିଲ ଇନିଂସ ଶେଷ କରିଥିଲେ। ରାଜେଶ୍ୱରୀ ଗାଇକୱାଡ ୟୁପିରୁ ଦୁଇଟି ୱିକେଟ ନେଇଥିବାବେଳେ ଗ୍ରେସ ହାରିସ, ତାହଲିଆ ମ୍ୟାକଗ୍ରାଥ, ଏକ୍ଲେଷ୍ଟୋନ୍ ଏବଂ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଦ୍ଵିତୀୟ ଇନିଂସରେ ୟୁପି କମ ସ୍କୋରରେ ୱିକେଟ ହରାଇଥିଲା। ଦ୍ୱିତୀୟ ଓଭରରେ ୫ ରନ ସ୍କୋର କରି ଆଲିସା ହେଲି ଆଉଟ ହୋଇଥିଲେ। ବୃନ୍ଦା ଓ ତାହଲିଆ ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶୋଭାନା ୟୁପିର ଟପ ଅର୍ଡରକୁ ଭାଙ୍ଗିବେ ସକ୍ଷମ ହୋଇଥିଲେ । ଏହା ପରେ ଶ୍ୱେତା ଏବଂ ଗ୍ରେସ ହାରିସଙ୍କ ସହଭାଗୀତାରେ ୟୁପି ନିର୍ଧାରିତ ଲକ୍ଷ୳ ଠାରୁ ଅଳ୍ପ ରନ ଦୂରରେ ଥିବାବେଳେ ବାଧକ ସାଜିଥିଲେ ଶୋଭାନା । ଯାହା ଫଳ ସ୍ୱରୂପ ୫ଟି ୱିକେଟ ନେବାରେ ସଫଳ ହୋଇଥିଲେ ଶୋଭାନା । ଏହି ଯୋଡ଼ିଙ୍କ ୱିକେଟ ପରେ ମଧ୍ୟ ଶେଷ ଓଭରରେ ୧୧ ରନର ଆବଶ୍ୟକତା ଥିଲା । ଶେଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୨ ରନରେ ବାଜି ମାରିଛି ଆରସିବି ।
ଅଧିକ ପଢନ୍ତୁ : ମହିଳା ପ୍ରିମିୟର ଲିଗରେ ସଜନାଙ୍କ ଚମତ୍କାର ଡେବ୍ୟୁର ପ୍ରଶଂସା କରିଛନ୍ତି ଜେମିମା ରୋଡ୍ରିଗୁସ୍