ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ତଥା 'ହିଟମ୍ୟାନ୍' ଭାବରେ ପରିଚିତ ରୋହିତ ଶର୍ମା ଚମତ୍କାର ବ୍ୟାଟିଂ କରିଛନ୍ତି । ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୮ଟି ଚୌକା ଓ ୨ଟି ଛକା ସହାୟତାରେ ୫୪ ବଲରେ ୬୧ ରନ୍ ସଂଗ୍ରହ କରିଛନ୍ତି । ଏହା ସହ ରୋହିତ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଗୋଟିଏ ବର୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି । ରୋହିତ ୨୦୨୩ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୯ଟି ଛକା ମାରିସାରିଛନ୍ତି। ୨୦୧୫ ରେ ୫୮ଟି ଛକା ମାରିଥିବା ରୋହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ତାଲିକାରେ ତାଙ୍କ ପରେ କ୍ରିସ୍ ଗେଲ୍ ଅଛନ୍ତି, ଯିଏ ୨୦୧୯ ରେ ୫୬ ଛକା ମାରିଥିଲେ। ଏହା ସହ ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିଥିବା ଅଧିନାୟକ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ୨୩ ଟି ଛକା ମାରିଛନ୍ତି। ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଅନ୍ ମୋର୍ଗାନଙ୍କୁ ପଛରେ ପକାଇ ଦେଇଛନ୍ତି। ମୋର୍ଗାନ୍ ୨୦୧୯ ବିଶ୍ୱକପରେ ୨୨ ଟି ଛକା ମାରିଥିଲେ । ଏବି ଡିଭିଲିୟର୍ସ ୨୦୧୫ ବିଶ୍ୱକପରେ ୨୧ଟି ଛକ୍କା ମାରିଥିବାବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ୨୦୧୫ ବିଶ୍ୱକପରେ ୧୮ଟି ଛକ୍କା ମାରିଛନ୍ତି । ରୋହିତ ଗୋଟିଏ ପଡ଼ିଆରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି ହୋଇପାରିଛନ୍ତି । ବେଙ୍ଗାଲୁରୁରେ ୩୧ଟି ଛକା ମାରି ମହାନ ସଚିନ ତେନ୍ଦୁଲକରଙ୍କ ଶାରଜାରେ ଥିବା ୩୦ ଟି ଛକ୍କାର ରେକର୍ଡ ଭାଙ୍ଗିଛନ୍ତି । ଏହା ସହ ଗୋଟିଏ ପଡ଼ିଆରେ ସର୍ବାଧିକ ଛକା ମାରିବା ପାଇଁ ରୋହିତ ମଧ୍ୟ ଭାରତୀୟ ଖେଳାଳି ହୋଇପାରିଛନ୍ତି। ସେ ବେଙ୍ଗାଲୁରୁରେ ୩୧ ଛକା ମାରିବା ସହ ଶାରଜାରେ ୩୦ଟି ଛକା ମାରିଥିବା ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି ।
ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ଓପନର୍ ଭାବରେ ୧୪,୦୦୦ ରନ୍ ପୂରଣ କରିଛନ୍ତି। ୨୦୧୩ ପରଠାରୁ ଓପନିଂ କରିବାକୁ ଓହ୍ଲାଇଥିବା ରୋହିତ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଚଳିତ ବିଶ୍ୱକପରେ ରୋହିତ ଭଲ ପ୍ରଦର୍ଶନ କରିଛନ୍ତି ଯାହା ଫଳରେ ତାଙ୍କ ଫ୍ୟାନ୍ସ ମାନେ ଖୁସି ଥିବା ସହ ମନରେ ଦୁଃଖ ମଧ୍ୟ ଭାରି ରହିଛି କାରଣ ଦେଶ ପାଇଁ ଖେଳୁଥିବା ରୋହିତ ନିଜ ବ୍ୟକ୍ତିଗତ ସ୍କୋରକୁ ଭୁଲିଯାଇଛନ୍ତି । ଆଉ ଆଜିର ଏହି ମ୍ୟାଚ ପରେ ରୋହିତ ଏବେ ସୋସିଆଲ ମିଡ଼ିଆ ଏକ୍ସ ବା ଟ୍ୱିଟରରେ " ରୋହିତ ଭାଇ " ଟ୍ରେଣ୍ଡ କରିବାରେ ଲାଗିଛନ୍ତି ।
ଅଧିକ ପଢନ୍ତୁ : ଆଜି ଭାରତ ନେଦରଲ୍ୟାଣ୍ଡ ମୁହାଁମୁହିଁ