ଡିସେମ୍ବର ୨୦୨୨ରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ପରେ ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରୀଷଭ ପନ୍ତ ବର୍ତ୍ତମାନ ସୁସ୍ତ ଅଛନ୍ତି । ସେ ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଭ୍ୟାସ କରୁଛନ୍ତି। ଏଥି ସହିତ, ଏସିଆ କପ୍ ୨୦୨୩ ପୂର୍ବରୁ ବାଙ୍ଗାଲୋରର ଆଲୁରରେ ଟିମ୍ ଇଣ୍ଡିଆର କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି କ୍ୟାମ୍ପରେ ରୀଷଭ ପନ୍ତ ନିଜ ସାଥୀ ଖେଳାଳିଙ୍କୁ ଭେଟିବା ପାଇଁ ଆଲୁରର କ୍ୟାମ୍ପକୁ ଯାଇଥିଲେ। ସେ ସେଠାକୁ ଯାଇ ସମସ୍ତଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ପନ୍ତଙ୍କ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ରୀଷଭ ପନ୍ତ ଭଲ ଭାବରେ ଅଭ୍ୟାସ କରୁଛନ୍ତି ଏବଂ ଉନ୍ନତିର ଭଲ ଲକ୍ଷଣ ଦେଖାଯାଉଛି । ଅଭ୍ୟାସ ମ୍ୟାଚରେ ସେ ବ୍ୟାଟିଂ ମଧ୍ୟ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଶା କରାଯାଉଛି ଯେ ରୀଷଭ ପନ୍ତ ୨୦୨୪ ଆରମ୍ଭରେ ଭାରତୀୟ କ୍ରିକେଟ୍ ଦଳକୁ ଫେରିଆସିବେ। ଭାରତୀୟ ଦଳ ଏସିଆ କପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଭାରତ ଶେଷ ଥର ପାଇଁ ୨୦୧୮ ରେ ଏହି ଟୁର୍ନାମେଣ୍ଟ ଜିତିଥିଲା ଏବଂ ଚଳିତ ବର୍ଷର ସଂସ୍କରଣରେ ଏକ ଭଲ ପ୍ରଦର୍ଶନ ଆଗାମୀ ବିଶ୍ୱକପ୍ ପାଇଁ ମାହୋଲ ପ୍ରସ୍ତୁତ କରିବ ।