ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର ମହିଳା ପ୍ରିମିୟର ଲିଗ ୨୦୨୪ ର ବିଜେତା ହୋଇ ଇତିହାସ ସୃଷ୍ଟି କରିଛି । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସ୍ମୃତି ମନ୍ଧନାଙ୍କ ନେତୃତ୍ୱାଧୀନ ଆରସିବି, ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟ ଓ ୩ ଟି ବଲରେ ପରାସ୍ତ କରିଛି। ସୋଫି ମୋଲିନିକ୍ସ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିବାବେଳେ ଏବଂ ଦୀପ୍ତି ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ଏବଂ ୧୮.୩ ଓଭରରେ ୧୧୩ ରନରେ ପୂରା ଦଳ ଆଉଟ ହୋଇଥିଲେ। ଏହାର ଜବାବରେ ୧୯.୩ ଓଭରରେ ଦୁଇଟି ୱିକେଟ୍ ହରାଇ ଆରସିବି ଲକ୍ଷ୍ୟ ହାସଲ କରିଛି। ସ୍ମୃତି ମନ୍ଧନାଙ୍କ ନାମ ଆରସିବି ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଛି କାରଣ ଦୀର୍ଘ ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ଫ୍ରାଞ୍ଚାଇଜକୁ ଚମ୍ପିୟାନ କରାଇବାରେ ସଫଳ ହୋଇଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ / ଡବ୍ଲୁପିଏଲ୍ ଟାଇଟେଲ ଜିତିବା ସହ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ଜିତିଛି । ଆରସିବି ଅଲରାଉଣ୍ଡର ଏଲିସେ ପେରି କମଳା କ୍ୟାପ ଜିତିଥିଲେ । ଡାହାଣହାତୀ ମହିଳା ବ୍ୟାଟ୍ସମ୍ୟାନ୍ ଦୁଇଟି ଅର୍ଦ୍ଧଶତକୀୟ ସହାୟତାରେ ୯ ମ୍ୟାଚରେ ୩୪୭ ରନ ସଂଗ୍ରହ କରିଥିଲେ । ସେହିପରି ଶ୍ରେୟଙ୍କା ପାଟିଲ ପର୍ପଲ କ୍ୟାପ ଜିତିଛନ୍ତି । ୮ ଟି ମ୍ୟାଚରେ ପାଟିଲ ୧୩ ଟି ୱିକେଟ୍ ନେଇଛନ୍ତି। ଏହା ସହ ପାଟିଲ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ମଧ୍ୟ କରିଥିଲେ। ଡବ୍ଲୁପିଏଲ ଇତିହାସରେ ପାଟିଲ ପ୍ରଥମ ବୋଲର ହୋଇଥିଲେ ଯେଉଁଥିରେ ଗୋଟିଏ ସିଜନରେ ଦୁଇଟି ଇନିଂସରେ ୪ଟି ୱିକେଟ୍ ନେଇଥିଲେ। ଉଭୟ ଥର ଦିଲ୍ଲୀ ବିପକ୍ଷ ଇନିଂସରେ ପାଟିଲ ଚାରିଟି ୱିକେଟ୍ ନେଇଥିଲେ।
ଅଧିକ ପଢନ୍ତୁ : ଆଇପିଏଲ ୨୦୨୪ରେ ଡେବ୍ୟୁ କରିପାରନ୍ତି ଏହି ୮ ଜଣ ଷ୍ଟାର ପ୍ଲେୟାର