ପ୍ୟାରିସ: ଆଜିଠାରୁ କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ପାରା ଅଲିମ୍ପିକ୍ସ ଆରମ୍ଭ ହେବ । ପ୍ୟାରିସ ପାରା ଅଲିମ୍ପିକ୍ସ ୧୭ତମ ସଂସ୍କରଣ ଆରମ୍ଭ ହେଉଛି । ଆଜି ରାତିରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୧୧:୩୦ରେ ଉଦଘାଟନୀ ସମାରୋହ ଆରମ୍ଭ ହେବ । ପରେଡରେ ଭାରତର ସୁମିତ ଆଣ୍ଟିଲ ଓ ଭାଗ୍ୟଶ୍ରୀ ଯାଦବ ତ୍ରିରଙ୍ଗା ବାହକ ରହିବେ ।
ଚଳିତ ଅଲିମ୍ପିକ୍ସ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ଯାଏଁ ଚାଲିବ । ବିଶ୍ୱର ୪,୪୦୦ ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି । ମୋଟ ୨୨ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ । ଏଥି ମଧ୍ୟରୁ ଭାରତରୁ ୮୪ ଜଣ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଛନ୍ତି । ୮୪ ଜଣିଆ ଟିମରେ ୫୨ ଜଣ ପୁରୁଷ ଓ ୩୨ ଜଣ ମହିଳା କ୍ରୀଡାବିତ ରହିଛନ୍ତି । ୧୨ଟି କ୍ରୀଡ଼ାରେ ଭାରତୀୟ କ୍ରୀଡାବିତ ଭାଗନେବେ । ଦୌଡ଼କୁଦରେ ସର୍ବାଧିକ ୩୮ ଜଣ କ୍ରୀଡ଼ାବିତ ରହିଥିବାବେଳେ ୩ଟି ନୂଆ କ୍ରୀଡ଼ାରେ ଭାରତ ପ୍ରତିନିଧିତ୍ୱ କରିବ । ଏହା ବ୍ୟତୀତ ପ୍ରଥମ ଥର ପାଇଁ ଭାରତର ସାଇକେଲିଂରେ ମଧ୍ୟ ଅଂଶ ଗ୍ରହଣ କରିଛି ।
ଗତ ଟୋକିଓ ଅଲିମ୍ପିକ୍ସରେ ଭାରତର ୫୪ ଜଣ ଭାଗ ନେଇଥିଲେ । ଭାରତ ୧୯ଟି ପଦକ ଜିତିଥିଲା । ୨୦୨୩ ପାରା ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ୧୧ଟି ପଦକ ବିଜୟ ଲାଭ କରିଥିଲା । ତେଣୁ ଏଥର ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।