ଚଳିତ ଆଇପିଏଲର ପ୍ରଥମ ବିଜୟ ପରେ ଘରୋଇ ମୈଦାନରେ ନିଜର ଦ୍ଵିତୀୟ ବିଜୟ ହାସଲ କରିବାକୁ ଲକ୍ଷ୳ ରଖିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଂଡିଆନ୍ସ । ଲଗାତାର ୩ଟି ମ୍ୟାଚରେ ପରାଜୟର ସାମ୍ନା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା ମୁମ୍ବାଇ । ତେବେ ଆଜିର ମ୍ୟାଚ ୱାନଖେଡେରେ ଖେଳାଯିବ । ମୁମ୍ବାଇ ଇଂଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ୨୦୨୪ର ୨୫ ତମ ମ୍ୟାଚ ଖେଳାଯିବ । ମୁମ୍ବାଇ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ହାସଲ କରିଥିଲାବେଳେ ବେଙ୍ଗାଲୁରୁ ୫ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ଆଜି ୱାନଖେଡେରେ ଭାରତର ଦୁଇ ମହାନ ବ୍ୟାଟ୍ସମ୍ୟାନ ମୁହାଁମୁହିଁ ହେବେ । ରୋହିତ ଶର୍ମା ଓ ବିରାଟ କୋହଲି ଭାରତ ପାଇଁ ସୁନ୍ଦର ପ୍ରଦର୍ଶନ କରିବା ସହ ଆଇପିଏଲରେ ମଧ୍ୟ ଅନେକ ରେକର୍ଡ କରିଛନ୍ତି । ବିରାଟ କୋହଲି ଆଇପିଏଲରେ ସମୁଦାୟ ୭୫୭୯ ରନ କରିଥିଲାବେଳେ ରୋହିତ ଶର୍ମା ୬୩୨୯ ରନ କରିଛନ୍ତି । ଦୁଇ ଦଳ ପାଇଁ ଏହି ଦୁଇଟି ଖେଳାଳି ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଆଜିର ମ୍ୟାଚରେ ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କର ନଜର ରହିବ । କାରଣ ମୁମ୍ବାଇ ଇଂଡିଆନ୍ସ ଚଳିତ ଆଇପିଏଲରେ ପଏଣ୍ଟସ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ଏବଂ ବେଙ୍ଗାଲୁରୁ ନବମ ସ୍ଥାନରେ ରହିଛି ।
ଆରସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ରେକର୍ଡ ବିଷୟରେ କହିବାକୁ ଗଲେ ଦୁଇ ଦଳ ମଧ୍ୟରେ ମୋଟ ୩୪ ଟି ମ୍ୟାଚ ଖେଳାଯାଇଛି ଯେଉଁଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଟି ମ୍ୟାଚ ଜିତିଥିବାବେଳେ ଆରସିବି ୧୪ ଟି ମ୍ୟାଚରେ ବିଜୟୀ ହୋଇଛି। ତେବେ ଆଇପିଏଲ ବିଷୟରେ କହିବାକୁ ଗଲେ ୱାନଖେଡେ ଷ୍ଟାଡିୟମରେ ମୋଟ ୧୧୧ ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ଘରୋଇ ଦଳ ୬୩ ଟି ମ୍ୟାଚ ଜିତିଥିବାବେଳେ ଭ୍ରମଣକାରୀ ଦଳ ୪୮ ଟି ମ୍ୟାଚ ଜିତିଛି।
ଅଧିକ ପଢନ୍ତୁ : କମାଲ କଲେ ରାଶିଦ, ମ୍ୟାଚ ଜିତିଲା ଗୁଜୁରାଟ