ଏସିଆ କପ୍ ୨୦୨୩ ର ମହା ମୁକାବିଲା ଅର୍ଥାତ ଭାରତ ଏବଂ ପାକିସ୍ତାନ ମ୍ୟାଚରେ କ୍ରିକେଟ ପ୍ରଶଂସକମାନେ ନିରାଶ ହୋଇଛନ୍ତି । ଶ୍ରୀଲଙ୍କାର ପଲେକେଲେରେ ଲଗାତାର ବର୍ଷା ହେତୁ ମ୍ୟାଚ୍ ବାତିଲ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି । ଏହା ସହ ପାକିସ୍ତାନ ଗ୍ରୁପ୍ ଏରେ ପ୍ରଥମ ଦଳ ଯିଏକି ସୁପର ଫୋରରେ ପହଞ୍ଚିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୪୮.୫ ଓଭରରେ ୨୬୬ ରନ କରିଥିଲା। ଜିତିବା ପାଇଁ ପାକିସ୍ତାନକୁ ୨୬୭ ରନର ଆବଶ୍ୟକ ଥିଲା ।
ରୋହିତ ଶର୍ମା, ଶ୍ରେୟାସ ଆୟର, ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ୱିକେଟ୍ ହରାଇବା ପରେ ଇଶାନ କିଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ମ୍ୟାଚକୁ ଫେରାଇ ଆଣିଥିଲେ। ଇଶାନ କିଶନ କ୍ରମାଗତ ଚତୁର୍ଥ ଦିନିକିଆ ଏବଂ ପାକିସ୍ତାନ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଇଶାନ କିଷାନ ୮୨ ରନ କରି ହରିସ ରାଉଫଙ୍କ ଶିକାର ହୋଇଥିଲେ । ହାର୍ଦ୍ଦିକ ଏବଂ ଇଶାନଙ୍କ ମଧ୍ୟରେ ୧୩୮ ରୁ ଅଧିକ ରନର ସହଭାଗିତା ଥିଲା । ୯୦ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ୮୭ ରନ ସ୍କୋର କରି ୱିକେଟ୍ ହରାଇଥିଲେ । ଏହା ପରେ ଭାରତୀୟ ବ୍ୟାଟିଙ୍ଗ ଧରାସାୟି ହୋଇପଡ଼ିଥିଲା । ଶେଷରେ ଭାରତ ୨୬୬ ରନ କରିବାରେ ସଫଳ ହୋଇଥିଲା । ବର୍ଷ ସତ୍ୱେ ମଧ୍ୟ ପଡିଆରେ ଥିବା ଦର୍ଶକ ଅପେକ୍ଷା କରି ରହିଥିଲେ, କିନ୍ତୁ ବର୍ଷା ବନ୍ଦ ନହେବା ଯୋଗୁ ଖେଳ ରଦ୍ଦ କରାଯାଇଥିଲା । ଏହା ସହିତ ଦୁଇ ଦଳକୁ ଗୋଟେ ଗୋଟେ ପଏଣ୍ଟ ମିଳିଥିଲା ।
ଅଧିକ ପଢନ୍ତୁ,ଏସିଆ କପ ପୂର୍ବରୁ ବଡ ଝଟକା, ଖେଳିବେନି ରାହୁଲ