ଏସିଆ କପକୁ ଦୁଇ ଦିନ ଥିବା ବେଳେ ଭାରତୀୟ ଦଳକୁ ବଡ ଝଟକା । ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଛନ୍ତି କେ ଏଲ ରାହୁଲ । ଟୁଇଟ୍ କରି ସୂଚନା ଦେଲା ବିସିସିଆଇ । ପ୍ରଥମ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ ନେପାଳ ସହିତ ରହିଛି ଆଉ ଏ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି ରାହୁଲ । ଏନେଇ ବିସିସିଆଇ ଟୁଇଟ୍ କରି ସୂଚନା ଦେଇଛି । ତେବେ ଏହାପରେ ସେ ପଡିଆକୁ ଓହ୍ଲାଇବା ସହିତ ଦଳ ପାଇଁ ମ୍ୟାଚ୍ ଖେଳିବାକୁ ଉପଲବ୍ଧ ରହିବେ ବୋଲି ବସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ବିସିସିଆଇ ପକ୍ଷରୁ କୋଚ୍ ରାହୁଲ ଦ୍ରାବିଡଙ୍କ ଏହି ସୂଚନା ଦେଇଛନ୍ତି । କିନ୍ତୁ ବଡ କଥା ହେଲା ରାହୁଲଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ହିସାବରେ ଚୟନ କରାଯାଇଛି । ଆଉ ରାହୁଲ ମିଡିଲ ଅର୍ଡରରେ ଭାରତୀୟ ଦଳକୁ ଏକ ସ୍ଥିରତା ପ୍ରଦାନ କରନ୍ତି, ଏବେ ରାହୁଲଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ ଚିନ୍ତାରେ ପକାଇବ ।
ଅଧିକ ପଢନ୍ତୁ,ଏସିଆ କପ୍ ପୂର୍ବରୁ ସାଥୀଖେଳାଳିଙ୍କୁ ଭେଟିଲେ ରୀଷଭ ପନ୍ତ