ଭାରତକୁ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଆଉ ଗୋଟିଏ ବିଜୟର ଆବଶ୍ୟକ ରହିଛି । ଆଜି ୱାନକେଡେରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ୨୦୧୧ ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତୀୟ ଦଳ ଟ୍ରଫି ଉଠାଇଥିଲା । ଚଳିତ ବର୍ଷ ମଧ୍ୟ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୳ ରଖିଛି ଭାରତୀୟ ଦଳ । ୨୦୧୧ ବିଶ୍ୱକପର ଶ୍ରୀଲଙ୍କା ଦଳ ଏବଂ ବର୍ତ୍ତମାନର ଦଳ ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ୨୦୧୧ ବିଶ୍ୱକପରେ ଅନୁଭବୀ ଖେଳାଳି ଥିବାବେଳେ ବର୍ତ୍ତମାନର ଶ୍ରୀଲଙ୍କା ଦଳରେ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳୁଛି । ଯାହାଫଳରେ ଭାରତୀୟ ଦଳ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । କିନ୍ତୁ କ୍ରିକେଟରେ ପୂର୍ବାନୁମାନ କରିବା ଅସମ୍ଭବ, କେଉଁ ଖେଳାଳି କେତେବେଳେ ଭାରି ପଡିପରେ ତାହା କହିବା ଅସମ୍ଭବ । ଚଳିତ ବର୍ଷ ଖେଳାଯାଇଥିବା ଏସିଆ କପ୍ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଲଜ୍ୟାଜନକ ପରାଜୟର ରାସ୍ତା ଦେଖାଇଥିଲା । ସମାନ ସ୍ଥିତିରେ ଶ୍ରୀଲଙ୍କାକୁ ରଖି ଲଗାତାର ୭ ଟି ବିଜୟ ହାସଲ କରିବାକୁ ଚେଷ୍ଟା କରିବ ରୋହିତ ଶର୍ମାଙ୍କ ଭାରତୀୟ ଦଳ । ଏହା ସହ ପଏଣ୍ଟସ ଟେବୁଲର ଶୀର୍ଷରେ ପହଞ୍ଚିବା ସହ ଚଳିତ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାର ପ୍ରଥମ ଦଳ ହେବ । ଅନ୍ୟପକ୍ଷରେ ଶ୍ରୀଲଙ୍କା ୬ ଟି ମ୍ୟାଚ ଖେଳିଥିବାବେଳେ ୪ଟି ହାରର ସାମ୍ନା କରିଛି ଏବଂ ପଏଣ୍ଟସ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଏବେ ଭାରତୀୟ ଦଳର ଲକ୍ଷ୳ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବା ସହ ଚଳିତ ବିଶ୍ୱକପ୍ ଟ୍ରଫିକୁ ଭାରତକୁ ଆଣିବା ।
ଅଧିକ ପଢନ୍ତୁ : କ୍ୟାମେରା ଧରି ଫ୍ୟାନ୍ସଙ୍କ ସହ ପ୍ରାଙ୍କ କଲେ ସୂର୍ୟକୁମାର ଯାଦବ