ଭାରତ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଙ୍ଗର ନିର୍ଣ୍ଣୟ ନେଇଥିଲା । ଓପନର ଡେଭିଡ ୱାର୍ନର ୪୧ ରନ କରି ୱିକେଟ୍ ହରାଇଥିବାବେଳେ ମିଚିଲ୍ ମାର୍ଶ ଖାତା ନଖୋଲି ବୁମରାଙ୍କ ଶିକାର ହୋଇଥିଲେ । ଷ୍ଟିଭ ସ୍ମିଥ ଏବଂ ମାର୍ଣ୍ଣସ ଲାଭୁସେନ ଭଲ ବ୍ୟାଟିଙ୍ଗ କରୁଥିବାବେଳେ ରବୀନ୍ଦ୍ର ଜାଡେଜା ଷ୍ଟିଭ ସ୍ମିଥଙ୍କୁ କ୍ଲିନ ବୋଲ୍ଡ କରି ଯୋଡି ଭାଙ୍ଗିଥିଲେ । ଏହା ପରେ ଅଷ୍ଟ୍ରେଲିଆର ୱିକେଟ୍ ପତନ ଆରମ୍ଭ ହୋଇଯାଇଥିଲା । ରବୀନ୍ଦ୍ର ଜାଡେଜା ସୁନ୍ଦର ବୋଲିଙ୍ଗର ପ୍ରଦର୍ଶନ କରିଥିଲେ, ୧୦ ଓଭରରେ ୨୮ ରନ ଦେଇ ୩ଟି ୱିକେଟ୍ ନେଇଥିଲେ ଯେଉଁଥିରେ ୨ଟି ମେଡେନ ଓଭର ଥିଲା । କୁଲଦୀପ ଯାଦବ ୪୨ ରନ କରି ୨ଟି ୱିକେଟ୍ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଥିଲେ । ଯଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିଲେ । ୱିକେଟ୍ ପାଇନଥିବା ହାର୍ଦ୍ଦିକ ପାଣ୍ଡ୍ୟା ଶେଷରେ ୪୯ ତମ ଓଭରରେ ଗୋଟେ ୱିକେଟ୍ ନେଇଥିଲାବେଳେ ମହମ୍ମଦ ଶିରାଜଙ୍କୁ ମଧ୍ୟ ୫୦ ତମ ଓଭରରେ ଗୋଟେ ୱିକେଟ୍ ମିଳିଥିଲା । ମିଚିଲ ଷ୍ଟାର୍କଙ୍କ ୨୮ ରନ ବଳରେ ଅଷ୍ଟ୍ରେଲିଆ ୧୯୯ ରନ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଭାରତକୁ ଜିତିବାକୁ ହେଲେ ୨୦୦ ରନର ଆବଶ୍ୟକତା ରହିଛି ।
ଅଧିକ ପଢନ୍ତୁ: ବିଶ୍ୱକପର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା କରିଛି ବିଶ୍ୱ ରେକର୍ଡ