ରାଞ୍ଚି ଟେଷ୍ଟରେ ଭାରତ ୫ ୱିକେଟ୍ ରେ ବାଜି ମାରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟରେ ଗୋଟିଏ ମ୍ୟାଚ ବାକି ଥିବାବେଳେ ୩-୧ ରେ ଆଗୁଆ ରହି ବାଜି ମାରିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ । ଚତୁର୍ଥ ଦିନର ଖେଳରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ସହ ଭାରତୀୟ ଦଳ ମ୍ୟାଚ ଜିତିବାରେ ସଫଳ ହୋଇଛି । ଧ୍ରୁବ ଜୁରେଲ ମଧ୍ୟ ଅପରାଜିତା ରହି ୩୯ ରନ ସଂଗ୍ରହ କରିଛନ୍ତି । ଧ୍ରୁବ ଜୁରେଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି ।
ଧ୍ରୁବ ଜୁରେଲ ଦୁଇଟି ଇନିଂସରେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ଧୁରବ ଜୁରେଲ ୯୦ ରନର ଲଢୁଆ ଇନିଂସ ଖେଳିଥିଲେ । ଆବଶ୍ୟକ ସମୟରେ ଭାରତ ପାଇଁ ଗୋଟେ ପଟେ ଠିଆ ହୋଇ ସଂଘର୍ଷ କରିବା ସହ ଭାରତକୁ ୩୦୭ ରନରେ ପହଞ୍ଚାଇଥିଲେ । ଦ୍ଵିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ । ଅଶ୍ୱିନ ୫ ଟି ଓ କୁଲଦୀପ ୪ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ୧୯୨ ରନର ଲକ୍ଷକୁ ରୋହିତଙ୍କ ଭାରତୀୟ ଦଳ ସହଜରେ ହାସଲ କରିଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ । ଧ୍ରୁବ ଜୁରେଲ ମଧ୍ୟ ଅପରାଜିତା ରହି ୩୯ ରନ ସଂଗ୍ରହ କରିଥିଲେ । ୪ମ୍ୟାଚରେ ବିଜୟ ସହ ଭାରତ ୩-୧ ରେ ସିରିଜ ଜିତି ସାରିଛି । ସିରିଜର ଶେଷ ମ୍ୟାଚ ୭ ମାର୍ଚ୍ଚରେ ଧର୍ମଶାଳାରେ ଖେଳାଯିବ ।
ଅଧିକ ପଢନ୍ତୁ : ଭାରତ - ଇଂଲଣ୍ଡ ଟେଷ୍ଟ ସିରିଜରେ ଭାଙ୍ଗିଲା ସର୍ବାଧିକ ଛକ୍କାର ରେକର୍ଡ