ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଏକ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛି । ଟେଷ୍ଟ କ୍ରିକେଟ ଇତିହାସରେ ରୋହିତ ଶର୍ମାଙ୍କ ଦଳ ଏକ ଏଭଳି ରେକର୍ଡ କରିଛନ୍ତି ଯାହା ପୂର୍ବରୁ ପଞ୍ଜିକୃତ ହୋଇପାରିନାହିଁ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ୫୨ ଛକା ମାରିବା ସହ ଏକ ବିଶ୍ୱରେକର୍ଡ ସୃଷ୍ଟି କରିଛି । ଟେଷ୍ଟ କ୍ରିକେଟ୍ ଇତିହାସରେ ରୋହିତଙ୍କ ସେନା ପ୍ରଥମ ଦଳ ହୋଇପାରିଛି ଯାହାକି ଗୋଟିଏ ସିରିଜରେ ୫୦ ରୁ ଅଧିକ ଛକା ମାରିଛି। ଏହାପୂର୍ବରୁ ୨୦୧୯ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୩୭ ଟି ଛକା ମାରିଥିଲା।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି । ଗୋଟିଏ ସିରିଜରେ ସର୍ବାଧିକ ଛକ୍କାର ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । ଏହି ସିରିଜରେ ଏପର୍ଯ୍ୟନ୍ତ ୭୫ ଟି ଛକା ମାରିଛନ୍ତି ଉଭୟ ଦଳ । ଏହାପୂର୍ବରୁ, ୨୦୨୩ ମସିହାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ୭୪ ଟି ଛକାର ରେକର୍ଡ ଥିଲା। ଏହା ସହ ବର୍ତ୍ତମାନ ମଧ୍ୟ ମ୍ୟାଚ ଜାରି ରହିଛି, ଏହି ରେକର୍ଡ ଆହୁରି ମଧ୍ୟ ବଢିପାରେ ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ : ୟୁପିକୁ ହରାଇ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର