ବିଶ୍ୱ ଦୌଡକୁଦ ରିଲେ ପାଇଁ ଭାରତିୟ ଦଳରେ ଦୂତି
Khabar Odisha:dutee-chand-selected-in-india-reley-team-for-paticipate-in-world-reley-championship

ଭୁବନେଶ୍ୱର,୭ଏପ୍ରିଲ(ଖବର ଓଡିଶା); ପୋଲାଣ୍ଡରେ ଆଶନ୍ତା ମେ ମାସ ୧ ଓ ୨ ରେ ହେବାକୁ ଥିବା ବିଶ୍ୱ ଦୌଡକୁଦ ରିଲେ ପ୍ରତିଯୋଗିତାରେ ପ୍ରଥମ ଥର ପ୍ରବେଶ କରିବାକୁ ଯାଉଛି ଭାରତିୟ ମହିଳା ୪ଞ୍ଚ୧୦୦ ରିଲେ ଟମ୍ ।

ତେବେ ଏହି ଟିମର ସଦସ୍ୟ ଭାବେ ଭାରତର ଦୃତତମ ମହିଳା ଦୂତି ଚାନ୍ଦ୍‌ଙ୍କୁ ସ୍ଥାନ ମିଳିଥିବା ବେଳେ ତାଙ୍କର ସାଥ୍ ଦେବେ ୨୦ ବର୍ଷରୁ କମ୍ ବିଭାଗରେ ବିଶ୍ୱ ବିଜୟିନୀ ହିମା ଦାସ ଏବଂ ଉଦୟମାନ ଏସ୍ ଧନଲକ୍ଷ୍ମୀ ।

 ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଭାରତିୟ ଦୌଡକୁଦ ସଂଘ ତରଫରୁ ୨୦ ଜଣଙ୍କର ନାମ ଘୋଷଣା କରାଯାଇଛି । ୨୦୧୯ରେ ଦୋହାରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିଅନଶିପ ପରେ ଏହି ପ୍ରତିଯୋଗିତାଟି ଦୌଡକୁଦ ପ୍ରତିଯୋଗି ମାନଙ୍କ ପଇଁ ହେଉଛି ଏହା ପ୍ରଥମ ଆନ୍ତର୍ଯାତିୟ ପ୍ରତିଯୋଗିତା ।


୪ଞ୍ଚ୧୦୦ ମିଟର ରିଲେ: ପୁରୁଷ: ଆମୋଜ ଯାଦବ, ନାଗନାଥନ ପାଣ୍ଡି, ମହମ୍ମଦ ଅନାସ, ଆରୋକିଆ ରାଜୀବ, ସାରଥକ ଭମ୍ବ୍ରି, ଆୟାସାମି ଧରୁନ ଏବଂ ନିର୍ମଲ ନେହା ଟମ; ମହିଳା; ଏମ.ଅର. ପୋଭମା, ଶୁଭ ଭେଙ୍କେଟଶ, ଅଞ୍ଜଳି ଦେବୀ, ଆର.ରେବତି, ଭି.କେ ବିଶ୍ମୟ, ଜିସନା ମାଥ୍ୟୁ

୪ଞ୍ଚ୧୦୦ ମିଟର ରିଲେ: ମହିଳା: ଏସ୍ ଧନଲକ୍ଷ୍ମୀ, ଦୁତି ଚାନ୍ଦ, ହିମା ଦାସ, ଅର୍ଚ୍ଚନା ସୁସେନ୍ଦ୍ରନ୍, ହିମାଶ୍ରୀ ରୟ, ଏ । ଦାନେଶ୍ୱରୀ ।

ଏଏଫଆଇ ଚଳିତ ମାସ ଶେଷରେ ତୁର୍କୀକୁ ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା, ଶିବପାଲ ସିଂ, ରୋହିତ ଯାଦବ, ରାଜେନ୍ଦ୍ର ସିଂ ଏବଂ ଅନ୍ନୁ ରାନୀଙ୍କୁ ତୁର୍କୀ ପଠାଇବ ।

  • Tags:

Subscribe

National International State Sports Entertainment