ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ବୁଧବାର ବିସିସିଆଇ ୪୦ ଜଣ କ୍ରିକେଟରଙ୍କୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମାରେ ସ୍ଥାନ ଦେଇଛି । ଏହି ଚୁକ୍ତି ୨୦୨୩-୨୪ ସିଜିନ ପାଇଁ ଘୋଷଣା କରାଯାଇଛି । ଟିମ ଇଣ୍ଡିଆର ଏହି ଖେଳାଳୀମାନଙ୍କୁ ୪ ଟି ଗ୍ରେଡ଼ରେ ବିଭକ୍ତ କରାଯାଇଛି, ଏ ପ୍ଲସ୍, ଏ, ବି ଏବଂ ସି । ଏହି ୪ଟି ଭାଗରେ ବିଭକ୍ତ କରାଯାଇଛି । ୪୦ ଖେଳାଳୀଙ୍କ ବ୍ୟତୀତ ୫ ଖେଳାଳିଙ୍କୁ ସ୍ୱତନ୍ତ୍ର ଚୁକ୍ତିନାମା ମିଳିଛି ।
ଏହା ସହିତ, ଧାର୍ଯ୍ୟ ସମୟ ମଧ୍ୟରେ ଯେଉଁ ଖେଳାଳୀ ସର୍ବନିମ୍ନ ୩ ଟେଷ୍ଟ କିମ୍ବା ୮ ଟି ଦିନିକିଆ କିମ୍ବା ୧୦ ଟି-୨୦ ଖେଳିବେ ସେମାନେ ସ୍ୱୟଂଚାଳିତ ଭାବେ ପ୍ରୋ-ରେଟା ଆଧାରରେ ଗ୍ରେଡ ସି ରେ ଅନ୍ତର୍ଭୂକ୍ତ ହେବେ । ଉଦାହରଣ ସ୍ୱରୂପ, ବର୍ତ୍ତମାନ ପର୍ଯ୍ୟନ୍ତ ୨ ଟି ଟେଷ୍ଟ ମ୍ୟାଚ ଖେଳିଥିବା ଧ୍ରୁଭ ଜୁରେଲ ଏବଂ ସର୍ଫରାଜ ଖାନ, ଯଦି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ସିରିଜର ପଞ୍ଚମ ଟେଷ୍ଟରେ ଅଂଶଗ୍ରହଣ କରନ୍ତି, ତେବେ ସେମାନେ ଗ୍ରେଡ ସିରେ ଅନ୍ତର୍ଭୁକ୍ତ ହେବେ।
ଏହା ବ୍ୟତୀତ ବାର୍ଷିକ ଚୁକ୍ତିନାମାରୁ ଶ୍ରେୟସ ଆୟର ଏବଂ ଇଶାନ କିଶନଙ୍କୁ ବାଦ ଦିଆଯାଇଛି । ଏହା ସହ ସମସ୍ତ ଖେଳାଳୀଙ୍କୁ ଜାତୀୟ ଦଳର ପ୍ରତିନିଧିତ୍ୱ କରୁ ନଥିବା ସମୟ ମଧ୍ୟରେ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିବାକୁ ପ୍ରାଧାନ୍ୟ ଦେବାକୁ ବିସିସିଆଇ ସୁପାରିଶ କରିଛି ।
ଗ୍ରେଡ଼ ଏ + (୪ ଖେଳାଳୀ) :- ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା
ଗ୍ରେଡ଼ ଏ (୬ ଖେଳାଳୀ) :- ଆର ଅଶ୍ଵିନ, ମହମ୍ମଦ ଶାମି, ମହମ୍ମଦ ଶିରାଜ , କେଏଲ ରାହୁଲ, ଶୁବମନ ଗିଲ ଏବଂ ହାର୍ଦିକ ପାଣ୍ଡ୍ୟା.
ଗ୍ରେଡ଼ ବି (୪ ଖେଳାଳୀ) :- ସୂର୍ୟ କୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ସର ପଟେଲ ଏବଂ ୟଶସ୍ଵୀ ଜେସୱାଲ
ଗ୍ରେଡ଼ ସି (୧୫ ଖେଳାଳୀ) :- ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାଇକୱାଡ, ସାରଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜୀତେଶ ଶର୍ମା, ୱାଶୀଙ୍ଗଟନ ସୁନ୍ଦର, ମୁକେଶ କୁମାର, ସଂଜୁ ସାମସନ, ଅର୍ଶଦୀପ ସିଂ, କେଏସ ଭରତ, ପ୍ରସିଧ କ୍ରିଷ୍ଣା, ଆବେଶ ଖାନ ଏବଂ ରଜତ ପାଟିଦାର
ଅଧିକ ପଢନ୍ତୁ : ସଫଳ ହେଲା ମହମ୍ମଦ ଶାମିଙ୍କ ଅସ୍ତ୍ରୋପଚାର