ଟି୨୦ କ୍ରିକେଟରେ ନୂଆ ରେକର୍ଡ । ୪୨୭ ରନ କରି ବିଶ୍ୱରେକର୍ଡ ହାସଲ କରିଛନ୍ତି ଆର୍ଜେଣ୍ଟିନା ମହିଳା କ୍ରିକେଟ ଦଳ । ଚିଲିକୁ ୬୩ ରନରେ ଅଲ ଆଉଟ କରି ମ୍ୟାଚ୍କୁ ମଧ୍ୟ ଜିତିଯାଇଛନ୍ତି । ଲୁସିଆ ଟେଲରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଛି ।
ବିଶ୍ୱାସ ନହେଉଥିଲେ ମଧ୍ୟ ଆର୍ଜେଣ୍ଟିନା ମହିଳା ଦଳ ସମ୍ଭବ କରିଦେଖାଇଛନ୍ତି । ୨୦ ଓଭରରେ ୪୨୭ ରନର ବିଶାଳ ସ୍କୋର କରି କୀର୍ତ୍ତିମାନ ତିଆରି କରିଛନ୍ତି । ଲୁସିଆ ଟେଲର ୮୪ ବଲରେ ୧୬୯ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୨୭ଟି ଚୌକା ସାମିଲ ଥିଲା । ସାଥି ଖେଳାଳି ଅଲବରଟିନା ଗଲାନ ୮୪ ବଲରେ ୧୪୫ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୧୩ରି ଚୌକା ସାମିଲ ଥିଲା । ଶେଷରେ ମାରିଆ କାଶ୍ଟିନିୱାରଶ ୧୬ ବଲରେ ୪୦ ରନର ବିସ୍ପୋରକ ପାରି ଖେଳିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମ୍ୟାଚରେ ୭୩ରନ ଅଧିକ ପଡିଥିଲା ଯେଉଁଥିରୁ ୬୪ରନ ନୋ ବଲରେ ଆସିଥିଲା । ବିଶାଳ ସ୍କୋର ଦେଖି ଧରାଶାୟୀ ହୋଇଯାଇଥିଲା ଚିଲି । ୧୫ ଓଭରରେ ମାତ୍ର ୬୩ ରନ କରି ଅଲ ଆଉଟ ହୋଇଥିଲା । ଏହା ସହିତ ୩୬୪ ରନର ବୃହତ ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ମ୍ୟାଚର ସର୍ବାଧିକ ରନ କରିଥିବା ଲୁସିଆ ଟେଲରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା ।
ଅଧିକ ପଢନ୍ତୁ: ଭାରତ ପାକିସ୍ତାନ ମ୍ୟାଚରେ ସଚିନ ସୋହେବଙ୍କ ଲଢେଇ