ଭାରତ ପାକିସ୍ତାନ ମ୍ୟାଚ କଥା ଆସିଲେ ସମସ୍ତଙ୍କ ନଜର ଟିଭି ଉପରେ ଥାଏ । ଦୁଇ ମହାପ୍ରତିଦ୍ବନ୍ଦି ଯେତେବେଳେ ପଡିଆକୁ ଓହ୍ଲାନ୍ତି ସବୁଠି ତର୍କ ବିତର୍କ ଆରମ୍ଭ ହୋଇଯାଇଥାଏ । ଶନିବାର ଭାରତ ପାକିସ୍ତାନ ଅହମଦାବାଦ ଷ୍ଟାଡିୟମରେ ଖେଳୁଥଲେ ଆଉ ଟ୍ୱିଟର ରେ ଖେଳୁଥିଲେ ସଚିନ ତେନ୍ଦୁଲକର ଓ ସୋହେବ ଅକତର । ଏପଟେ ଯେତେବେଳେ ଭାରତୀୟ ବୋଲର ୱିକେଟ୍ ନେଇ ପାକିସ୍ତାନକୁ ଧରାଶାୟୀ କରୁଥିଲେ ସେତେବେଳେ ସଚିନ ସୋହେବଙ୍କୁ ଧରାଶାୟୀ କରିବାକୁ ଚେଷ୍ଟା କରୁଥିଲେ । ଘଟଣା ହେଉଛି ଅକ୍ଟୋବର ୧୩ ତାରିଖର ଯେତେବେଳେ ସୋହେବ ଅକତର ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ବା ଏକ୍ସରେ ଗୋଟେ ଫଟୋ ପୋଷ୍ଟ କରୁଥିଲେ ଏବଂ ସେ ସଚିନଙ୍କ ୱିକେଟ୍ ନେବାର ଫଟୋରେ ଲେଖିଥିଲେ ମ୍ୟାଚ ବେଳେ ମିଜାଜ ଥଣ୍ଡା ରଖିବାକୁ । କିନ୍ତୁ ସଚିନ କୌଣସି ଉତ୍ତର ନ ଦେଇ ଅପେକ୍ଷା କରିଥିଲେ ଠିକ ସମୟକୁ । ଆଉ ଅନ୍ୟପକ୍ଷେ ଭାରତ ପାକିସ୍ତାନ ମ୍ୟାଚ ଆରମ୍ଭ ହୋଇଥିଲା, ପାକିସ୍ତାନକୁ ଧରାଶାୟୀ କରି ବାଜି ମାରିଥିଲା ଟିମ୍ ଇଣ୍ଡିଆ ଆଉ ଠିକ ସେତିକି ବେଳେ ସୋହେବଙ୍କ ସେ ଟ୍ୱିଟର ଜବାବ ଦେଇଥିଲେ ସଚିନ କହିଲେ ଆପଣଙ୍କ ପରାମର୍ଶ ଗ୍ରହଣ କରିଥିଲୁ । ସବୁକିଛି ଥଣ୍ଡା ରଖିଥିଲୁ । ଅର୍ଥାତ୍ ସଚିନ ଜଣାଇବାକୁ ଚାହିଛନ୍ତି ମ୍ୟାଚରେ ଟିମ୍ ଇଣ୍ଡିଆ ଥଣ୍ଡା ମିଜାଜରେ ଖେଳି ଚମତ୍କାର ବିଜୟ ହାସଲ କରିଥିଲା । ଆଉ ଏ ଟ୍ୱିଟ ବ୍ୟାଟେଲ ଏଠାରେ ଶେଷ ହୋଇନଥିଲା । ମ୍ୟାଚ ହାରିବାପରେ ସୋହେବଙ୍କ ରୂପ ରଙ୍ଗ ବଦଳି ଯାଇଥିଲା । ସୋହେବ ପୁଣି ଏକ ପୋଷ୍ଟ କରି ସଚିନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସଚିନଙ୍କୁ ସର୍ବକାଳୀନ ଶ୍ରେଷ୍ଠ ପ୍ଲେୟାର କହିବା ସହ କ୍ରିକେଟର କିମ୍ବଦନ୍ତୀ ଭାବେ ତୁଳନା କରିଛନ୍ତି । ତେବେ ଉଭୟଙ୍କ ଭିତରେ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ହୋଇଥିବା ଥଣ୍ଡା-ମଜାକ୍ ସେମାନଙ୍କ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୋହେବ ପୋଷ୍ଟ କରିଛନ୍ତି । ଆଉ ଏ ପୋଷ୍ଟର ଜବାବ ଦେଇ ସଚିନ ବିନମ୍ରତାର ସହ ଉତ୍ତର ଦେଇଛନ୍ତି , କହିଛନ୍ତି ଯେ ତୁମକୁ ଏବଂ ତୁମ ପରିବାରକୁ ମୋର ଶୁଭକାମନା । ଏଠି କହି ରଖିବାକୁ ଚାହିଁବୁ ଭାରତ ପାକିସ୍ତାନ କ୍ରିକେଟ ମୈଦାନରେ ଲଢ଼ୁଥିବାବେଳେ ଦୁଇ ଦେଶର ମହାନ ଖେଳାଳି ପରସ୍ପର ସହ ଟ୍ୱିଟ ମୈଦାନରେ ଲଢୁଥିଲେ । ମଜାଦାର ଲଢେଇ ହୋଇଥିଲେ ମଧ୍ୟ ଦେଶ ପାଇଁ ଥିବା ଭଲପାଇବା ଏବଂ ନିଜ ଦଳର ସମର୍ଥନ ପ୍ରକାଶ କରିଥିଲେ ।
ଅଧିକ ପଢନ୍ତୁ: ବିଶ୍ୱକପରେ ଭାରତର ବଡ଼ ବିଜୟ