ପ୍ରଥମ ଖେଳାଳୀ ଭାବରେ ଆଇପିଏଲରେ ୬୦୦୦ ରନ ପୁରଣ କଲେ ବିରାଟ କୋହଲି
Khabar Odisha:Virat-Kohli-becomes-first-player-to-reach-6000-IPL-runs

ମୁମ୍ବାଇ,୨୩ଏପ୍ରିଲ(ଖବର ଓଡିଶା); ଆଇପିଏଲ ଇତିହାସର ପ୍ରଥମ ଖେଳାଳୀ ଭାବରେ ବିରାଟ କୋହଲି ୧୯୬ ମ୍ୟାଚ ଖେଳି ୬୦୦୦ ରନ କ୍ଲବରେ ପ୍ରବେଶ କରିଛନ୍ତି । ଗତ କାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟଲେଞ୍ଜର ବାଙ୍ଗଲୋର ମଧ୍ୟରେ ଚାଲିଥିବା ମୁକାବିଲାରେ ବିରାଟ ବାହିନୀ ୧୦ ୱିକେଟ୍ ବିଜୟ ହାସଲ କରିଛି ।


ବିରାଟ ୨୦୦୮ ମସିହାରେ କୋଲକାତ ବିପକ୍ଷରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ଲିଗରେ ପ୍ରବେଶ କରିଥିଲେ । ଏବେ ସେ ୧୯୬ ମ୍ୟାଚ୍ ଖେଳି ୫ଟି ଶତକ ସହିତ ୪୦ଟି ଅର୍ଦ୍ଧ ଶତକ ହାସଲ କରି ମୋଟ ୬୦୨୧ ରନ୍ ସଂଗ୍ରହ କରିଛନ୍ତି । 

 Milestone 🔓

6000 Runs in #VIVOIPL for 👑 Kohli 👏👏

Live - https://t.co/dch5R4juzp #RCBvRR #VIVOIPL pic.twitter.com/WxLODwE2zD

ଗତ କାଲି ମ୍ୟାଚ୍‌ରେ ବିରାଟ ବାହିନୀ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧୭୮ ରନର ଟାର୍ଗେଟକୁ ୧୬.୩ ଓଭରରେ କୌଣଷି ୱିକେଟ୍ ନହରାଇ ହାସଲ କରି ନେଇଥିଲେ । ଦଳ ପକ୍ଷରୁ ଉଦୟମାନ ଦେବଦତ ପାଡିକଲ ୫୨ ଟି ବଲ ଖେଳି ୧୦୧ ରନ କରିଥିଲେ ସେହିପରି ବିରାଟ କୋହଲି ୪୭ ବଲରେ ୭୨ ରନ କରି ଅପରାଜିତ ରହିଥିଲେ । 

 

ଭରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତିୟ ଟି-୨୦ରେ ମଧ୍ୟ ୯୦ ଟି ମ୍ୟାଚ୍ ଖେଳି ୩୧୫୯ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହା ସହିତ ଭାରତୀୟ ବ୍ୟଟ୍ସମ୍ୟାନଙ୍କ ମଧ୍ୟରେ ବି ୯୮୭୦ ରନ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି ।

  • Tags:

Subscribe

National International State Sports Entertainment