ଅଲୁର, ଫେବୃଆରୀ ୨୧ (ଖବର ଓଡ଼ିଶା):
୨୦୨୧ ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ଓଡିଶା । ଓଡିଶାକୁ ଭିଜେଡି ମେଥଡ ମାଧ୍ୟମରେ ୩୪ ରନରେ ହରାଇଛି କେରଳ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ ୫୦ ଓଭର ପରିବର୍ତ୍ତେ ୪୫ ଓଭର ଖେଳାଯାଇଥିଲା । ଟସ ଜିତି ଏହି ମ୍ୟାଚରେ କେରଳ ବୋଲିଙ୍ଗ ନିଷ୍ପତ୍ତି ନେବାପରେ ବ୍ୟାଟିଙ୍ଗ କରିବାକୁ ପଡିଆକୁ ଓହ୍ଲାଇଥିଲେ ଓଡିଶା ଟିମ । ପ୍ରଥମ ବ୍ୟାଟିଙ୍ଗ କରି ଓଡିଶା ନିର୍ଦ୍ଦାରିତ ୪୫ ଓଭରରେ ୮ ୱିକେଟ ହରାଇ ୨୫୮ ରନ ସ୍କୋର କରିଥିଲେ । ଓଡିଶା ପକ୍ଷରୁ ଦୁଇ ଓପନର ସନ୍ଦୀପ ପଟ୍ଟନାୟକ ଏବଂ ଗୌରବ ଚୌଧୁରୀ ଯଥାକ୍ରମେ ୬୬ ଏବଂ ୫୭ ରନ ସ୍କୋର କରିଥିଲେ । ଜବାବରେ କେରଳ ଓପନର ରବିନ ଉଥାପ୍ପାଙ୍କ ଶତକୀୟ ଇଂନିସ ବଳରେ କେରଳ ଏହି ମ୍ୟାଚରେ ବିଜୟ ହାସଲ କରିଛି । ଏହି ବିଜୟ ସହ କେରଳକୁ ୪ ପଏଣ୍ଟ ମିଳିଥିବା ବେଳେ ଓଡିଶା ପଏଣ୍ଟ ଟେବୁଲରେ ଖାତା ଖୋଲିନାହିଁ । ଆସନ୍ତାକାଲି ଦ୍ୱିତୀୟ ମ୍ୟାଚରେ ଓଡିଶା ରେଳବାଇକୁ ଭେଟିବ ।