ଆଜି ଭାରତ ନ୍ୟୁଜିଲାଣ୍ତ ମଧ୍ୟରେ ବିଶ୍ୱକପରେ ପ୍ରଥମ ସେମଫାଇନାଲ ମ୍ୟାଚ । ଯିଏ ଜିତିବ ଫାଇନାଲରେ ନିଜର ସ୍ଥାନ ପକ୍କା କରିବ । ଏନେଇ ଦର୍ଶକ ଓ ଖେଳାଳି ଉଭୟ ଉତ୍ସାହିତ ଥିବାବେଳେ ଏହାରି ମଧ୍ୟରେ ଧମକ ପୂର୍ଣ୍ଣ ଟ୍ୱିଟ ମୁମ୍ବାଇ ପୋଲିସ ସମେତ ଦର୍ଶକଙ୍କର ନିଦ ହଜାଇ ଦେଇଛି । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ବଡ଼ ଧରଣର ଅଘଟଣର ଚେତାବନୀ ମିଳିଛି ।
ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ ଏକ୍ସ (ଟ୍ୱିଟ )ରେ ଧମକପୂର୍ଣ୍ଣ ମେସେଜ ଆସିଛି । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି କେହି ସନ୍ଦିଗ୍ଧ ଅପରାଧୀ । ବନ୍ଧୁକ, ଗୁଳି ଓ ହ୍ୟାଣ୍ତ ଗ୍ରେନେଡ ସହ ମୁମ୍ବାଇ ପୋଲିସର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଟ୍ୟାଗ କରିଛି ସନ୍ଦିଗ୍ଧ । ତେବେ ଆକାଉଣ୍ଟର ପ୍ରକୃତ ସୋର୍ସ କେଉଁଠୁ ଆସିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏଭଳି ଧମକପୂର୍ଣ୍ଣ ଟ୍ୱିଟ ପାଇବା ପରେ ୱାଙ୍ଖଡେରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରି ଦିଆଯାଇଛି । ସାମ୍ଭାବ୍ୟ କୌଣସି ବଡ଼ ଅଘଟଣ ପାଇଁ ମୁମ୍ବାଇ ପୋଲିସ ପ୍ରସ୍ତୁତ ରହିଛି ।
ସୂଚନା ଅନୁଯାୟୀ ମ୍ୟାଚ ଅପରାହ୍ନ ଦୁଇଟାରେ ଆରମ୍ଭ ହେବ । ଏଥିପାଇଁ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯଦି ସଂଖ୍ୟା ଗଣିତରେ ନଜର ପକା ଯାଏ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ତ ଠାରୁ ତିନିଥର ବିଜୟ ଓ ଚାରି ଥର ପରାଜିତ ହୋଇଛି । ଗତ ବିଶ୍ୱକପରେ ନ୍ୟୁଜିଲାଣ୍ତ, ଭାରତକୁ ସେମିଫାଇନାଲରେ ହରାଇ ଦେଇଥିଲା । ତେବେ ଚଳିତ ଥର ଭାରତ ଏହାର ମଧୁର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିବ ।
ଅଧିକ ପଢନ୍ତୁ ;- ଆଜି ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ