ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଯୁବ ଭାରତୀୟ କ୍ରିକେଟର
Khabar Odisha:The-young-Indian-cricketer-was-tied-the-knot

ନୁଆଦିଲ୍ଲୀ, ନଭେମ୍ବର ୨୨(ଖବର ଓଡ଼ିଶା): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପୁର୍ବତ୍ତନ ଭଅରତୀୟ କ୍ରିକେଟର ଉନ୍ମୁକ ଚାନ୍ଦ । ସେ ସିମ୍ରାନ୍ ଖୋସଲାଙ୍କୁ ବିବାହ କରିଛନ୍ତି। ବୃତ୍ତି ଅନୁଯାୟୀ ସିମରନ୍ ଖୋସଲା ଜଣେ ଫିଟନେସ୍ ଏବଂ ନିଉଟ୍ରେସନ୍ କୋଚ୍ । ଏହି ବିବାହ ସମାରୋହରେ ତାଙ୍କର ସମ୍ପର୍କୀୟ ଏବଂ ଅନେକ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ । ସିମରନ୍ ଖୋସଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ଚିତ୍ର ଏବଂ ଭିଡିଓ ସେୟାର କରିଛନ୍ତି। ସେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଆଜି ଆମେ ସବୁଦିନ ପାଇଁ ଏକ ହେବାକୁ ସ୍ଥିର କରିଛୁ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅଗଷ୍ଟ ମାସରେ ଉନ୍ମୁକ ଚାନ୍ଦ ଭାରତୀୟ କ୍ରିକେଟରୁ ଅବସର ନେଇଥିଲେ। ୨୦୧୨ ରେ ଉନ୍ମୁକ ଚାନ୍ଦଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର -୧୯ ବିଶ୍ୱକପ ଜିତିଥିଲା । ତେବେ ସେ ଭାରତ ପାଇଁ ଖେଳିପାରି ନଥିଲେ । ଆଇପିଏଲରେ ଉନ୍ମୁକ ଦିଲ୍ଲୀ, ମୁମ୍ବାଇ ଏବଂ ରାଜସ୍ଥାନ ପାଇଁ ଖେଳିଥିଲେ ମଧ୍ୟ ତାଙ୍କର କୌଣସି ଛାଡି ପାରିନଥିଲେ। ଅବସର ଘୋଷଣା ପରେ ସେ ଆମେରିକା ଯାଇଥିଲେ। ସେ ଆମେରିକାର ଲିଗ୍ କ୍ରିକେଟ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲେ । 

ଏହା ସହିତ ସେ ପ୍ରଥମ ଭାରତୀୟ ଭାବରେ ବିଗ୍ ବ୍ୟାସ୍ ଲିଗ୍ (ବିବିବିଏଲ୍) ଫ୍ରାଞ୍ଚାଇଜ୍ ଦଳ ମେଲବୋର୍ଣ୍ଣ ରେନେଗେଡସ୍ ସହିତ ଚିକ୍ତିବଦ୍ଧ ହୋଇଛନ୍ତି । ଫ୍ରାଞ୍ଚାଇଜ୍ ଏହାର ଟ୍ୱିଟର ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛି । ମେଲବୋର୍ଣ୍ଣ ଦଳର ଅଧିନାୟକ ହେଉଛନ୍ତି ଆରୋନ ଫିଞ୍ଚ। ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର ୧୯ ବିଶ୍ୱକପ ୨୦୧୨ ର ଫାଇନାଲରେ ଅପରାଜିତ ୧୧୧ ସ୍କୋର କରି ଭାରତକୁ ବିଜୟି କରିଥିଲେ । ଯଦିଓ ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିନାହାଁନ୍ତି ।

  • Tags:

Subscribe

National International State Sports Entertainment