ପୁଣି ଦର୍ଶକ ଦେଖିଲେ ଧୋନୀଙ୍କ ଧମାକା ପ୍ରଦର୍ଶନ,କୋହଲି କହିଲେ ଫେରିଲେ “ସର୍ବଶ୍ରେଷ୍ଠ ଫିନିସର୍ ରାଜା”
Khabar Odisha:The-audience-again-saw-Dhonis-explosive-performance-Kohli-said-as-he-returned-as-the-best-finisher-king

ନୁଆଦିଲ୍ଲୀ, ଅକ୍ଟୋବର ୧୧(ଖବର ଓଡିଶା): ଦିଲ୍ଲୀ ରାଜଧାନୀକୁ ପରାସ୍ତ କରିବା ପରେ ଏମଏସ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ଫାଇନାଲରେ ପ୍ରବେଶ କରିବା ପରେ ବିରାଟ କୋହଲି ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ଧୋନିଙ୍କୁ ଆଉ ଏକ ଉଲ୍ଲେଖନୀୟ ଫିନିସ ପାଇଁ ପ୍ରଶଂସା କରିଛନ୍ତି ।

ଗତକାଲି ପ୍ରଥମ କ୍ୱାଲିଫାୟରରେ ସିଏସକେ ଶେଷ ଓଭର ଧୋନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବିଜୟ ହାସଲ କରିଥିଲା । ବିଜୟ ପାଇଁ ୧୭୩ ରନ୍‌କୁ ପିଛା କରି ପୁର୍ବରୁ ରୁତୁରାଜ ଗାଇକୱାଡଙ୍କ ୭୦ ଏବଂ ରବିନ୍ ଉଥାପ୍ପାଙ୍କ (୬୩) ରନ୍ ନଳରେ ଚେନ୍ନାଇ ଏକ ସୁବିଧା ଜନକ ସ୍ଥିତିରେ ରହିଥିଲା । ଦିଲ୍ଲୀର ପେସ୍ ବୋଲର ଟମ୍ କୁରାନ୍ ଫାଇନାଲ୍ ଓଭରରେ ୧୩ ରନ ରନ୍ ଆବଶ୍ୟକ କରୁଥିବା ବେଳେ ୪ ଟି ବଲ୍‌ରେ ଧୋନି ଏହି ରନ୍ ସଂଗ୍ରହ କରି ନେଇଥିଲେ ଏବଂ ଦୁଇଟି ବଲ୍ ବାକି ରହିଯାଇଥିଲା ।

ମ୍ୟାଚ୍ ଶେଷ ହେବାର କିଛି ସମୟ ପରେ କୋହଲି ନିଜ ଟ୍ୱିଟର ହ୍ୟାଣ୍ଡେଲକୁ ଧୋନିଙ୍କୁ ପ୍ରଶଂସା କରିବା ପାଇଁ ଲେଖିଥିଲେ, “ଖେଳର ସର୍ବଶ୍ରେଷ୍ଠ ଫିନିସର୍ ରାଜା ଫେରି ଆସିଛନ୍ତି

  • Tags:

Subscribe

National International State Sports Entertainment