ଆଇପିଏଲ ଖେଳିବାକୁ ୟୁଏଇ ଯିବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ 5ଥର କରାଯିବ କୋଭିଡ ଟେଷ୍ଟ
Khabar Odisha:The-Mumbai-Indians-players-will-be-tested-five-times-before-going-to-the-UAE-to-play-in-the-IPL
ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା):

ଆଗାମୀ ଆଇପିଏଲ ମହାମାରୀ କରୋନା ଯୋଗୁଁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ ହେବ. ତେବେ ଏହି ଆଇପିଏଲ ଖେଳିବାକୁ ୟୁଏଇ ଯାତ୍ରା କରିବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ପାଞ୍ଚ ଥର ଲେଖାଁଏ କରୋନା ଯିବ ବୋଲି ଦଳର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି. 

ତାଙ୍କ ମତ ଅନୁସାରେ ଆଗାମୀ  ଆଇପିଏଲ ଖେଳିବା ନିମନ୍ତେ ଅଧିକାଂଶ ଭାରତୀୟ ଖେଳାଳି ମୁମ୍ବାଇରେ ପହଂଚି ସାରିଲେଣି ଏହା ସହ ଅନ୍ୟ ଖେଳାଳିମାନେ ବହୁତ ଜଲଦି ମଧ୍ଯ ପହଞ୍ଚିବେ. ମୁମ୍ବାଇ ଆସୁଥିବା ସବୁ ଖେଳାଳିଙ୍କ ପାଇଁ 14 ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି. ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡ଼ଲାଇ ନ ଅନୁସାରେ ସବୁ କିଛି କାର୍ଯ୍ୟକ୍ରମ କରିଯିବା ସହ ଆଇପିଏଲ ଖେଳିବାକୁ ୟୁଏଇ ଯାତ୍ରା ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଞ୍ଚ ରାଉଣ୍ଡ କୋଭିଡ଼ ଟେଷ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି.

  • Tags:

Subscribe

National International State Sports Entertainment