ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପରେ ନିରଜଙ୍କ କୋଚ୍‌ଙ୍କୁ ବରଖାସ୍ତ କଲା ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ
Khabar Odisha:The-Athletics-Federation-of-India-fires-Nirajs-coach-after-winning-a-gold-medal-at-the-Tokyo-Olympics

ନୁଆଦିଲ୍ଲୀ,ସେପ୍ଟେମ୍ବର ୧୪(ଖବର ଓଡ଼ିଶା): ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୨୦୧୭ ରେ ନିଯୁକ୍ତ ଜର୍ମାନ ମହାନ ଉୱେ ହୋନ୍ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ଦ୍ୱାରା ବରଖାସ୍ତ ହୋଇଛନ୍ତି। ୧୦୦ ମିଟରରୁ ଅଧିକ ଜାଭେଲିନ୍ ଫିଙ୍ଗିଥିବା ଏକମାତ୍ର ଆଥଲେଟ୍ ହୋନ୍, ଚୋପ୍ରାଙ୍କ କୋଚ୍ ଥିଲେ ଯେତେବେଳେ ସେ ୨୦୧୮ ରେ ଏସିଆନ୍ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ନିକଟରେ ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ଜାଭେଲିନ୍ ପ୍ରଶିକ୍ଷକ ଭାବରେ ଦାୟିତ୍ୱରେ ମଧ୍ୟ ରହିଥିଲେ।

ସୋମବାର ଦିନ, ଏଏଫଆଇ ସଭାପତି ଆଦିଲେ ସୁମାରିୱାଲା ଦୁଇ ଦିନିଆ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଥଲେଟ୍ ଏବଂ କୋଚ୍‌ଙ୍କ ପ୍ରଦର୍ଶନ ସମୀକ୍ଷା ପରେ କହିଛନ୍ତି ଯେ ହୋନ୍‌ଙ୍କୁ ତାଙ୍କ କାର୍ଯ୍ୟରୁ ବରତ ଦିଆଯାଇଛି। ଆମେ ଉୱେ ହୋନ୍‌ଙ୍କ ପରିବର୍ତ୍ତନ କରୁଛୁ। ତାଙ୍କର ପ୍ରଦର୍ଶନ ଭଲ ନୁହେଁ ତେଣୁ ଆମେ ଦୁଇ ନୂତନ ନିଯୁକ୍ତ କରିବୁ ।

ତେବେ ଗତ ଜୁନ୍ ମାସରେ, ହୋନ୍, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଏଏଫଆଇ କୁ ସମାଲୋଚନା କରି କହିଥିଲେ ଯେ ଏହି ଲୋକଙ୍କ ସହ କାମ କରିବା କଷ୍ଟକର ଅଟେ ଏବଂ ଅଲିମ୍ପିକ୍ ପ୍ରସ୍ତୁତିକୁ ସମାଲୋଚନା କରିଥିଲେ । ଏହା ସହିତ ଏପ୍ରିଲ ମାସରେ ତାଙ୍କ ସହିତ ହୋଇଥିବା ଚୁକ୍ତିରେ ସେ ଖୁସି ନଥିବା ମଧ୍ୟ କହିଥିଲେ । ତେବେ ଗଣମାଧ୍ୟମରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଏବଂ ଏଏଫଆଇ କୁ ସମାଲୋଚନା କରିଥିବାରୁ ତାଙ୍କୁ ବରଖାସ୍ତ କରାଯାଇଛି ବୋଲି ଆଲୋଚନା ହେଉଛି ।

  • Tags:

Subscribe

National International State Sports Entertainment