ସୁରେଶ ରାଇନାଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ମୁହଁ ଖୋଲିଲେ ଟିମର ମାଲିକ ଏନ ଶ୍ରୀନିବାସନ
Khabar Odisha:Team-owner-N-Srinivasan-opened-his-mouth-about-Suresh-Rainas-return-to-India
ନୂଆଦିଲ୍ଲୀ, ଅଗଷ୍ଟ ୩୧ (ଖବର ଓଡ଼ିଶା):

ଚେନ୍ନାଇ ସୁପର କିଙ୍ଗ୍ସର କ୍ରିକେଟର ସୁରେଶ ରାଇନା ଅଗଷ୍ଟ 29 ରେ ଭାରତ ପ୍ରତ୍ୟାବର୍ତ୍ତନ ନେଇ ଟିମର ମାଲିକ  କେ.ଏସ୍ ବିଶ୍ୱନାଥନ୍ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି  । ରାଇନାଙ୍କୁ ହୋଟେଲ ରୁମ ପସନ୍ଦ ନ ଆସିବାରୁ ସେ ଏଭଳି ଏକ ପଦକ୍ଷେପ ନେଇଛନ୍ତି 

ସେ କହିଥିଲେ ଯେ ବ୍ୟକ୍ତିଗତ କାରଣ ହେତୁ ୟୁଏଇ ଛାଡି ଭାରତ ଫେରିଆସିଛନ୍ତି । ହୋଟେଲ ରୁମ ଖରାପ ପଡିବା ଓ କରୋନା ସଂକ୍ରମଣ ବଢୁଥିବା ଘଟଣାରେ ରାଇନା ଦଳ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି  

ଜାତୀୟ ଗଣାମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍‌ର ମାଲିକ ଏନ୍‌ , ଶ୍ରୀନିବାସ ଘଟଣାକୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି 

ଏନ୍‌ , ଶ୍ରୀନିବାସ କହିଛନ୍ତି ଯେ, ସୁରେଶ ରାଇନା ଖରାପ ହୋଟେଲ୍‌ ରୁମ୍‌ ଓ କରୋନା ଭାଇରସକୁ ନେଇ ଆଇପିଏଲ୍‌ ୨୦୨୦ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖରାପ ରୁମ୍‌କୁ ନେଇ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ରାଇନ୍‌ଙ୍କ ମଧ୍ୟ ବିବାଦ ହୋଇଥିବାର ଖବର ସାମ୍ନାକୁ ଆସିଥିଲା ।

ଚଳିତ ବର୍ଷ ଆଇପିଏଲ୍‌ର ୧୩ତମ ସିଜିନ୍‌ ଖେଳିବା ପାଇଁ ଆଠଟି ଟିମ୍‌ ୟୁଏଇ ପହଞ୍ଚିସାରିଛନ୍ତି । ସମସ୍ତଙ୍କୁ କରୋନା ଭାଇରସ ନେଇ କଠୋର ପ୍ରୋଟକଲ୍‌ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତାପରେ ଯାଇ ଟିମ୍‌ର ସଦସ୍ୟମାନେ ଅଭ୍ୟାସ କରିଥିଲେ । ତେବେ ଏସବୁ ଭିତରେ ଚେନ୍ନାଇ ସୁପର କିଙ୍ଗ୍‌ସର ଖେଳାଳି ସୁରେଶ ରାଇନ୍‌ ଅଚାନକ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ।

ତେବେ ଏହି ପ୍ରସଙ୍ଗରେ ଏନ୍‌.ଶ୍ରୀନିବାସନ ବୟାନ ଦେଇ କହିଛନ୍ତି ଯେ, ହୋଟେଲ୍ ରୁମ୍‌କୁ ନେଇ ଟିମ୍‌ର ଅଧିନାୟକ ଧୋନି ଓ ରାଇନାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଧୋନି ରାଇନ୍‌ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ରାଇନା ବୁଝିବା ପରିସ୍ଥିତିରେ ନଥିଲେ । ଶେଷରେ ଟୁର୍ଣ୍ଣାମେଣ୍ଟ ଛାଡି ଭାରତ ଆସିଥିଲେ । ରାଇନାଙ୍କ ମୁଣ୍ଡରେ ସଫଳତା ଚଢିଯାଇଛି ବୋଲି ଶ୍ରୀନିବାସନ କହିଛନ୍ତି ।

ରାଇନା‌ଙ୍କ ଅଚାନକ ଟିମ୍‌କୁ ଛାଡି ସ୍ୱଦେଶ ଆସିବା ଏକ ଦୁର୍ଭାଗ୍ୟଜନକ । କିନ୍ତୁ ଅଧିନାୟକ ଧୋନି ସମସ୍ତ ପରିସ୍ଥିତିକୁ ସମ୍ଭାଳି ନେଇଛନ୍ତି । ଶ୍ରୀନିବାସନଙ୍କ ମତରେ 'ରାଇନା ବିବାଦୀୟ ଅଧ୍ୟାୟ' ଶେଷ ହୋଇଯାଇଛି। ଟିମ୍‌ ଠାରୁ ଦୂରରେ ରହି ସେ ଖୁସି ନଥିବେ । ତେଣୁ ତୁରନ୍ତ ଟିମ୍‌କୁ ଫେରିବା ଭଲ ବୋଲି ଆଶା କରାଯାଉଛି ।

  • Tags:

Subscribe

National International State Sports Entertainment