ହରାରେ: ଭାରତୀୟ କ୍ରିକେଟ୍ ଦଳ ଶନିବାର ଜିମ୍ବାୱେ ବିପକ୍ଷରେ ଚତୁର୍ଥ ଟି-୨୦ ଖେଳିବ। ଜିମ୍ବାୱେର ରାଜଧାନୀ ହରାରେସ୍ଥିତ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ସାଢ଼େ ୪ଟାରେ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ସଂପ୍ରତି ଭାରତ ୨-୧ରେ ଆଗରେ ରହିଛି। ତେଣୁ ଶୁବମନ ଗିଲ୍ଙ୍କ ନେତୃତ୍ବରେ ଭାରତୀୟ ଦଳ ଆଜିର ମ୍ୟାଚ୍ ଜିତିବା ସହିତ ଶୃଙ୍ଖଳାକୁ ନିଜ ଅକ୍ତିଆରକୁ ଆଣିବାକୁ ରଣନୀତି କରିବ।
ଭାରତୀୟ କ୍ରିକେଟ୍ ଟିମ୍ ପ୍ରଥମ ମ୍ୟାଚ୍ରେ କିଛି ତ୍ରୁଟି ପାଇଁ ପରାସ୍ତ ହେଲା ପରେ ଦ୍ବିତୀୟ ଓ ତୃତୀୟ ମୁକାବିଲାରେ ଆଉ ପୂର୍ବପରି ଭୁଲ କରିନଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳ ରଣନୀତି କରିଥିଲା। ଏବେ ଦଳ ଚତୁର୍ଥ ମ୍ୟାଚ୍ ଜିତି ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛି।
ସମ୍ଭାବିତ ଭାରତୀୟ ଟିମ୍: ଶୁବମନ ଗିଲ୍ (ଅଧିନାୟକ), ଅଭିଷେକ ଶର୍ମା, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମ୍ସନ୍ (ୱିକେଟ୍ରକ୍ଷକ), ଋତୁରାଜ ଗାଏକ୍ବାଡ, ଶିବମ ଦୁବେ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମୁକେଶ କୁମାର/ଆୱେସ ଖାନ, ଖଲିଲ ଅହମଦ।
ସମ୍ଭାବିତ ଜିମ୍ବାୱେ ଟିମ୍: ଇନୋସେଣ୍ଟ କାଇଆ, ତାଡିୱାନାସି ମାରୁମାନି, ବ୍ରାଏନ ବେନେଟ, ସିକନ୍ଦର ରାଜା (ଅଧିନାୟକ), ୱେସ୍ଲେ ମାଧେଭେରେ, କ୍ଲାଇଭ୍ ମଦାଣ୍ଡେ (ୱିକେଟ୍ରକ୍ଷକ), ଲୁକେ ଜୋଙ୍ଗୱେ, ୱେଲିଂଟନ ମାସାକାଜା, ବ୍ଲେସିଂ ମୁଜରବାନି, ତଣ୍ଡୋଇ ଚତରା, ରିଚାର୍ଡ ଏନ୍ଗାରାଭା।