ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ଙ୍କ ଦମଦାର ପ୍ରଦର୍ଶନ। ଏବେ ତୀରନ୍ଦାଜୀରେ ଭାରତକୁ ମିଳିଲା ପ୍ରଥମ ସ୍ଵର୍ଣ୍ଣ। ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂହ। ବୁଧବାର ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତାୟ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ହରବିନ୍ଦର।
ପୁରୁଷ ବିଭାଗ ଏକକ ବର୍ଗର ରିକର୍ଭ ଓପନ ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଛନ୍ତି। ହରବିନ୍ଦରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେପଟେ ପୁରୁଷ ସଟଫୁଟ୍ରେ ରୌପ୍ୟ ଜିତିଛନ୍ତି ସଚିନ ସର୍ଜେରାଓ ଖିଲାରୀ। ସେହିଭଳି କ୍ଲବ୍ ଥ୍ରୋରେ ମଧ୍ୟ ଭାରତ ପାଇଁ ଧରମବୀର ଓ ସୁରମା ପ୍ରଣବ ଯୋଡ଼ି ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି। ଏହାକୁ ମିଶାଇ ପ୍ୟାରିସ ପାରା ଅଲିମ୍ପିକସରେ ଭାରତ ପଦକ ସଂଖ୍ୟା ୨୪ରେ ପହଞ୍ଚିଛି। ଏଥିରେ ୫ଟି ସ୍ଵର୍ଣ୍ଣ ପଦକ ସାମିଲ।