ଆଇପିଏଲରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା
Khabar Odisha:Sri-Lankan-fast-bowler-Lasith-Malinga-retired-from-the-IPL
ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା) :

ଶ୍ରୀଲଙ୍କାର ପ୍ରସିଦ୍ଧ ତଥା ଦ୍ରୁତ ବୋଲର ଲସିଥ୍ ମଲିଙ୍ଗା ଆଇପିଏଲର କ୍ରିକେଟ ଟିମରୁ ସନ୍ୟାସ ନେଇଥିବା ଘୋଷଣ କରିଛନ୍ତି। ସେ ମାସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରବନ୍ଧନକୁ ସୂଚିତ କରି ନିଜକୁ ଆସନ୍ତା ସିଜନ ପାଇଁ ଅନୁପଲବ୍ଧ ଜଣାଇଥଲେ।

ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦ୍ୱାରା ଆଇପିଏଲ ୨୦୨୧ ନିଲାମୀ ପୂର୍ବରୁ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଟ୍ଵିଟ୍ କରି ଜଣାଇଛି ଯେ ମଲିଙ୍ଗାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ତାଙ୍କୁ ଏଥିରୁ ବାଦ୍ କରିଦିଆଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଆମ୍ବାନୀ ଏକ ବୟାନ ଜାରି କରି ଜଣାଇଛନ୍ତି ଯେ, 'ମାଲିଙ୍ଗା ଗତ ୧୨ ବର୍ଷ ଧରି ଟିମର ବହୁତ ଗୁରୁତ୍ୱପୂର୍ଣ୍ଣ ଭାଗ ନେଉଥିଲେ। ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆମ ଦଳରେ ସାମିଲ ରୁହନ୍ତୁ ବୋଲି ଚାହୁଁଥିଲୁ । କିନ୍ତୁ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ।

ଅମ୍ବାନୀ ଜଣାଇଛନ୍ତି ଯେ ମାଲିଙ୍ଗା ସମସ୍ତଙ୍କ ହୃଦୟରେ ସବୁବେଳେ ରହିବେ। ଆମେ ଭବିଷ୍ୟତରେ ଚେଷ୍ଟା କରିବୁ ଯେ ତାଙ୍କ ଅନୁଭବକୁ ଅନ୍ୟ କୌଣସି ଉପାୟରେ ଲାଭ ନେଇହେବ।

ସୂଚନାଯୋଗ୍ୟ, ୩୭ ବର୍ଷୀୟ ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ୨୦୦୮ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଭାଗ ନେଇଥିଲେ। ସେ ପାଞ୍ଚ ଥର ଆଇପିଏଲର ବିଜୟ ହାସଲ୍ କରିଥିବା ଦଳରେ ଅଂଶିଦାର ରହିଛନ୍ତି। ଆଇପିଏଲ ୨୦୧୮ପାଇଁ ମୁମ୍ବାଇ ତାଙ୍କୁ ନିଜ ଟିମର ବୋଲିଂ କୋଚ୍ କରାଯାଇଥିଲା। କିନ୍ତୁ ଏହା ପରର ସିଜନରେ ତାଙ୍କୁ ୨୦୧୯ ପାଇଁ ଟିମର ବୋଲର ଭାବେ ସାମିଲ କରାଗଲା। ସେ ଆଇପିଏଲ ଇତିହାସରେ ୧୨୨ ମ୍ୟାଚରେ ସର୍ବାଧିକ ୧୭୦ ଓ୍ଵିକେଟ ନେଇଥିବା ବୋଲର ଅଟନ୍ତି। ଆଇପିଏଲ ୨୦୧୧ରେ ସେ ୨୮ ଓ୍ଵିକେଟ ସହିତ ପର୍ପଲ କ୍ୟାପ୍ ମଧ୍ୟ ହାସଲ କରିଥିଲେ।

  • Tags:

Subscribe

National International State Sports Entertainment