ତିରୁଅନନ୍ତପୁରମ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି (୨୦୨୨ ସେପ୍ଟେମ୍ବର ୨୮) ଠାରୁ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି । କେରଳର ରାଜଧାନୀ ତିରୁଅନନ୍ତପୁରମରେ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ । ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ରାତି ୭ଟାରୁ ଆରମ୍ଭ ହେବ । ଏହି ଶୃଙ୍ଖଳା ପାଇଁ ଉଭୟ ଘରୋଇ ଏବଂ ଅତିଥି ଟିମ୍ ଉତ୍ସାହିତ ଅଛନ୍ତି ।
ନିକଟରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ଟି-୨୦ ଶୃଙ୍ଖଳାରେ ୨-୧ରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ଼ ହୋଇଛି । ମାତ୍ର ଅତିଥି ଟିମରେ ପ୍ରଭାବଶାଳୀ ଖେଳାଳି ଥିବାରୁ ଟିମ ଇଣ୍ଡିଆ ମୁକାବିଲାକୁ ହାଲୁକା ଭାବେ ନେବ ନାହିଁ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।
ଭାରତ ଓ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା
-ପ୍ରଥମ ଟି-୨୦: ସେପ୍ଟେମ୍ବର ୨୮ (ତିରୁଅନନ୍ତପୁରମ)
-ଦ୍ୱିତୀୟ ଟି-୨୦: ଅକ୍ଟୋବର ୨ (ଗୁଆହାଟୀ)
-ତୃତୀୟ ଟି-୨୦: ଅକ୍ଟୋବର ୪ (ଇନ୍ଦୋର)
ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଦିନେଶ କାର୍ତ୍ତିକ (ୱିକେଟକିପର), ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚାହର, ଜସପ୍ରୀତ ବୁମରା, ଉମେଶ ଯାଦବ, ଶ୍ରେୟସ ଆୟର