ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ବର୍ମିଂହାମର ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତୀୟ ହକି ଟିମ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୭-୦ ଗୋଲରେ ପରାସ୍ତ ହୋଇଛି । ଖେଳାଳିଙ୍କର ଏହି ଖରାପ ପ୍ରଦର୍ଶନରେ ବିରକ୍ତି ପ୍ରକାଶ କରିଛନ୍ତି ଭାରତୀୟ ପୁରୁଷ ହକି ଟିମ୍ର କୋଚ ଗ୍ରାହମ ରିଡ । ସେ ଖେଳାଳିଙ୍କ ସହିତ ଆଲୋଚନା କରି କହିଛନ୍ତି, ତାଙ୍କ ପାଖରେ ତାଙ୍କ ପାଖଷର ମଜବୁତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପାଇଁ ଶକ୍ତି ଅଛି । ଏକତରଫା ଫାଇନାଲରେ ଭାରତୀୟ ଟିମ୍କୁ ୭-୦ରେ ହରାଇ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତୀୟ ଟିମ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଭାରତୀୟ ଟିମ୍ର ପ୍ରଦର୍ଶନରେ ନିରାଶ ହୋଇ କୋଚ କହିଛନ୍ତି ଯେ, ବେଳେ ବେଳେ ଏମିତି ହୋଇଥାଏ । କିନ୍ତୁ ମୁଁ ନିରାଶ ହୋଇଛି । କାରଣ ଆମେ ଆଦୌ ଭଲ ଖେଳି ପାରିଲେ ନାହିଁ । ମୁଁ ନିଜକୁ ଛୋଟ ମନେ କରୁଛି । ମ୍ୟାଚ ପୂର୍ବରୁ ଆମେ ଯେଉଁ ବିଷୟରେ ଆଲୋଚନା କରିଥିଲେ, ଏହା କରିପାରିଲେ ନାହିଁ । ଏହା ନିରାଶଜନ ଓ ଚିନ୍ତାଜନକ କଥା । ଏହି ଖେଳର ଫାଇନାଲରେ ଅଷ୍ଟ୍ରେଲିଆର ଭାରତ ଉପରେ ତୃତୀୟ ବିଜୟ । ଏହା ପୂର୍ବରୁ ଦିଲ୍ଲୀ ଓ ଗ୍ଲାସଗୋ (୨୦୧୪)ରେ ଭାରତକୁ ଅଷ୍ଟ୍ରେଲିଆ ପରାସ୍ତକରିଥିଲା ।