ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ବିରାଟ୍ ବାହିନୀ
Khabar Odisha:Sports-cricket-odisha-cricket-world-cup-2019-india-arrived-in-england-for-icc-world-cup-will-play-warm-up-matche-against-new-zealand
ନୂଆଦିଲ୍ଲୀ, ମେ ୨୨( ଖବର ଓଡିଶା) :

ଭାରତୀୟ ଦଳ ଆଇସିସି ବିଶ୍ୱକପରେ ଭାଗନେବା ପାଇଁ ବୁଧବାର ଦିନ ଇଂଲଣ୍ଡରେ ପହଞ୍ଚିଛି । ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ଭାରତ ତାର ପ୍ରଥମ ବିଶ୍ୱକପ ମ୍ୟାଚ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ଏହା ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ।  ବିରାଟ୍ କୋହଲିଙ୍କ ଅଧିନ ଟିମ୍ ଇଣ୍ଡିଆ ପାଇଁ ଏହି ଦୁଇଟି ଅଭ୍ୟାସ ମ୍ୟାଚ ବହୁତ ଗୁରୁତ୍ୱ ବହନ କରୁଛି । ଏହି ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବା ପରେ ବିରାଟ୍ କୋହଲି ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ ଫାଇନାଲ କରିବେ ।

ଭାରତ ତାର ଦୁଇଟି ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷରେ ଖେଳିବ । ମେ ୨୫ ତାରିଖ ଦିନ ଭାରତ ତାର ପ୍ରଥମ ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଏହା ପରେ ମେ ୨୮ ତାରିଖରେ ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଖେଳିବ । ନ୍ୟୁଜିଲାଣ୍ଡର ରସ୍ ଟେଲର ମଙ୍ଗଳବାର ଦିନ କହିଥିଲେ ଯେ, ଭାରତ ବିପକ୍ଷରେ ଖେଳିବାକୁ ଥିବା ଅଭ୍ୟାସ ମ୍ୟାଚ ବିଶ୍ୱକପ ପାଇଁ ତାଙ୍କ ଦଳକୁ ବହୁତ ସହଯୋଗ କରିବ । 

ବିଶ୍ୱକପର ୧୨ ତମ ସଂସ୍କରଣରେ ଆଇସିସି ୧୯୯୨ ବିଶ୍ୱକପର ଫର୍ମାଟକୁ ଆପଣାଇଛି, ଯେଉଁଥିରେ ସମସ୍ତ ୧୦ଟି ଦଳ ରବିନ୍ ରାଉଣ୍ଡ ଆଧାରରେ ସବୁ ଦଳ ବିପକ୍ଷରେ ଲିଗ ମ୍ୟାଚ ଖେଳିବେ । ପଏଣ୍ଟ ଟେବୁଲରେ ଥିବା ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବାର ସୁଯୋଗ ପାଇବେ । ଟେଲର ଏହି ଫର୍ମାଟକୁ ତାରିଫ୍ କରିଥିଲେ ।  

Subscribe

National International State Sports Entertainment