ବିରାଟ କୋହଲିଙ୍କ ପରେ ଟି୨୦ ଟିମର ଅଧିନକାୟ ପଦ ପାଇଁ ଦୌଡ଼ରେ ଏହି ୩ ଖେଳାଳି!
Khabar Odisha:Sports-cricket-These-3-players-who-can-replace-Virat-Kohli-as-T20i--captain

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮(ଖବର ଓଡ଼ିଶା): ଆଧୁନିକ କ୍ରିକେଟର ଜଣାଶୁଣା ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟି୨୦ ଟିମର ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିସାରିଛନ୍ତି। କୋହଲି ଆଗାମୀ ଟି୨୦ ବିଶ୍ବକପ ପରେ ଟି୨୦ ଟିମର ଅଧିନାୟକ ପଦ ଛାଡ଼ିବେ। ମାତ୍ର ଏହି ଛୋଟ ଫର୍ମାଟରେ ଖେଳିବା ଜାରି ରଖିବେ। 

କୋହଲି କାର୍ଯ୍ୟଭାର କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ତାଙ୍କ ସ୍ଥାନ କିଏ ପୂରଣ କରିବେ, ସେନେଇ ଚର୍ଚ୍ଚା ଜୋର ଧରିଛି। ଏହି ସ୍ଥାନ ପାଇଁ ଏକାଧିକ ନାମ ରହିଛି। କୋହଲିଙ୍କ ଟି୨୦ ଟିମରେ ଅଧିନାୟକ ପଦ ଛାଡ଼ିବା ପରେ ଏହି ଦୌଡ଼ରେ ସର୍ବପ୍ରଥମେ ରୋହିତ ଶର୍ମା ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ୫ ଥର ଆଇପିଏଲ ଚମ୍ପିଅନ ହୋଇଛି। ଅନ୍ୟପଟରେ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଅସ୍ଥାୟୀ ଅଧିନାୟକ ଦାୟିତ୍ବ ନେଇ ଅନେକ ଥର ସଫଳତା ହାସଲ କରିଛନ୍ତି। 

ଭାରତୀୟ ୱିକେଟକିପର ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ କାନ୍ଧରେ ଅଧିନାୟକ ଦାୟିତ୍ବ ଆସିପାରେ। କ୍ରିକେଟର ୩ ଫର୍ମାଟରେ ରାହୁଲ ଏବେ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ପଂଜାବ କିଙ୍ଗସର ନେତୃତ୍ବ ନେଉଛନ୍ତି। କୋହଲି ଏବଂ ରୋହିତଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ଦାୟିତ୍ବ ନେଇସାରିଛନ୍ତି। 

ଅନ୍ୟତମ କ୍ରିକେଟର ଋଷଭ ପନ୍ତ ହେଉଛନ୍ତି ଜଣେ ପ୍ରତିଭାବାନ କ୍ରିକେଟର। ସେ ସଂକଟ ସମୟରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରଖିପାରନ୍ତି। ବିଗତ ଦିନରେ ଅଷ୍ଟ୍ରେଲିଆ ଗସ୍ତରେ ପନ୍ତ ଭଲ ପ୍ରଦର୍ଶନ କରିଥିଲେ। 

 

 

  • Tags:

Subscribe

National International State Sports Entertainment