ନୂଆଦିଲ୍ଲୀ, ଜୁନ୍ ୧୬ (ଖବର ଓଡ଼ିଶା): ଆୟରଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବୁଧବାର ନିଜର ଟିମ୍ ଘୋଷଣା କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଟିମ୍ର ଅଧିନାୟକ କରାଯାଇଛି । ଭୁବନେଶ୍ୱର କୁମାର ଉପଅଧିନାୟକ ରହିବେ । ଏହି ଶୃଙ୍ଖଳା ପାଇଁ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଟିମ୍କୁ ଫେରିଛନ୍ତି ।
ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟରଲ୍ୟାଣ୍ଡ ବିପକ୍ଷରେ ୨ ମ୍ୟାଚର ଟି-୨୦ ଶୃଙ୍ଖଳା ଖେଳିବ । ଏହି ୨ ମ୍ୟାଚ ଚଳିତ ମାସ ୨୬ ଓ ୨୮ରେ ଖେଳାଯିବ । ଏହି ଶୃଙ୍ଖଳା ପାଇଁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ଟିମ୍ ପଡ଼ିଆକୁ ଓହ୍ଲାଇବେ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚର ପ୍ରସାରଣ ରାତି ୯ଟାରେ ହେବ ।
ଭାରତୀୟ ଟିମ୍: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର (ଉପଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକ୍ୱାର୍ଡ, ସଂଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟକିପର), ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଶ୍ନୋୟୀ, ହର୍ଷଲ ପଟେଲ, ଆଭେସ ଖାନ୍, ଅର୍ଶଦୀପ ସିଂହ, ଉମରାନ ମଲିକ ।