ଇଂଲଣ୍ଡ-ଭାରତ ଟେଷ୍ଟ: ଋଷଭ ପନ୍ତଙ୍କ ବିସ୍ଫୋରକ ଶତକ, ଟିମ୍ ଇଣ୍ଡିଆର ସ୍କୋର ୩୩୮/୭
Khabar Odisha:Sports-cricket-Rishabh-Pant-century-in-Edgbaston-test-India

ବର୍ମିଂହାମ, ଜୁଲାଇ ୦୨ (ଖବର ଓଡ଼ିଶା): ଇଂଲଣ୍ଡର ବିପକ୍ଷ ଏଜବେଷ୍ଟନ ଟେଷ୍ଟରେ ଋଷଭ ପନ୍ତଙ୍କ ବିସ୍ଫୋରକ ରୂପ ଦେଖିବାକୁ ମିଳିଛି । ପନ୍ତ ଇଂଲଣ୍ଡ ବୋଲରଙ୍କୁ ଛାଡ଼ି ନାହାନ୍ତି । ସେ ପ୍ରଶଂସନୀୟ ଶତକ ହାସଲ କରିଛନ୍ତି । ଏଥିପାଇଁ ସେ ୮୯ ବଲ୍ ଦରକାର କରିଥିଲେ । ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ପନ୍ତ ନିଜ ଟେଷ୍ଟ କ୍ୟାରିୟରର ୫ମ ଶତକ ହାସଲ କରିଥିଲେ । ଶେଷରେ ପନ୍ତ ୧୧୧ଟି ବଲ୍ ସାମ୍ନା କରି ୧୪୬ ରନ୍ କରିଥିଲେ । ପଂନ୍ତଙ୍କୁ ଜୋ ରୁଟ୍‌, ଜ୍ୟାକ କ୍ରାଉଲୀଙ୍କ ହାତରେ କ୍ୟାଚ କରାଇଥିଲେ । 

ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ମିଳିବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭ଟି ୱିକେଟ ହରାଇ ୩୩୮ ରନ୍ କରିଛି । ଏଥିରେ ଋଷଭ ପନ୍ତଙ୍କ ପାଳି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଭାରତ ୯୮ ରନ୍ ବେଳକୁ ୫ଟି ୱିକେଟ୍ ହରାଇ ସାରିଥିଲା । ଭାରତ ୧୫୦ ରନ୍ କରିବ କି ନାହିଁ, ଏହା ମଧ୍ୟ ସଂଦେହ ଲାଗୁଥିଲା । ଏଭଳି ସ୍ଥିତିରେ ପନ୍ତ ଓ ଜାଦେଜା ୬ଷ୍ଠ ୱିକେଟ ପାଇଁ ୨୨୦ ରନ୍‌ର ଭାଗିଦାରୀ ହୋଇପାରିଥିଲେ । ଜାଦେଜା ୮୩ ଓ ମହମ୍ମଦ ଶାମୀ ଶୂନ୍ୟ ରନ୍‌ରେ ସଂଗ୍ରହ କରି ଖେଳୁଛନ୍ତି । 

 

  • Tags:

Subscribe

National International State Sports Entertainment