ଆଇପିଏଲ୍‌: ରାଜସ୍ଥାନ ରୟାଲ୍ସକୁ ୪୫ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ
Khabar Odisha:Sports-cricket-Ravindra-Jadeja-and-Moeen-Ali-bowled-beautifully-CSK-beat-RR-by-45-runs

ମୁମ୍ବାଇ, ଏପ୍ରିଲ ୨୦ (ଖବର ଓଡ଼ିଶା): ମୋଇନ ଅଲୀ ଓ ରବୀନ୍ଦ୍ର ଜାଦେଜାଙ୍କ ପ୍ରଦର୍ଶନରେ ଚେନ୍ନାଇ ସୁପର କିଙ୍ଗସ୍ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)୨୦୨୧ର ଏକ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୪୫ ରନ୍‌ରେ ପରାସ୍ତ କରିଛି । ସୁପର କିଙ୍ଗ୍‌ସର ୧୮୯ ରନ୍‌ର ଲକ୍ଷ୍ୟ ପଛରେ ରାଜସ୍ଥାନର ଟିମ ମୋଇନ ଅଲି (୭ରନ ଦେଇ ୩ ୱିକେଟ) ଓ ରବୀନ୍ଦ୍ର ଜାଦେଜଦା (୨୮ ରନ୍ ଦେଇ ୨ ୱିକେଟ)ଙ୍କ ବ୍ୟତୀତ ସାମ କୁରାନ (୨୪ ରନ୍ ଦେଇ ୨ ୱିକେଟ)ଙ୍କ ପ୍ରଦର୍ଶନ ବଳରେ ୧୪୩ ରନ୍‌ରେ ଅଟକି ଯାଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇର ଅଧିନାୟକ ଭାବେ ଏହା ୨୦୦ତମ ମ୍ୟାଚ ଥିଲା । ଟିମକୁ ସେ ବିଜୟର ଉପହାର ଦେଇଛନ୍ତି । ଏହି ବିଜୟର ସହିତ ଚେନ୍ନାଇ ଏବେ ପଏଣ୍ଟ ତାରିକାରେ ୨ୟ ସ୍ଥାନରେ ପହଂଚିଛି । 

ରାଜସ୍ଥାନ ତରଫରୁ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଜୋସ ବଟଲର ସର୍ବାଧିକ ୪୯ ରନ୍ କରିଥିଲେ । ଏହା ବ୍ୟତୀତ ରାହୁଲ ତିୱାଟିଆ ୨୦ ରନ ଏବଂ ଜୟଦେବ ଉଦାଦକଟ ୨୪ ରନ କରିଥିଲେ । ଚେନ୍ନାଇ ନିୟମିତ ଭାବେ ୱିକେଟ ହରାଇଥିଲା । କିନ୍ତୁ ଚେତନ ସକାରିୟା (୩୬ ରନ ଦେଇ ୩ ୱିକେଟ)  ଓ କ୍ରିସ ମୋରିସ (୩୩ ରନ ଦେଇ ୨ ୱିକେଟ)ଙ୍କ ବୋଲିଂ ପରେ ବି ୯ ୱିକେଟ ହରାଇ ୧୮୮ ରନ୍ କରିଥିଲା । 

 

  • Tags:

Subscribe

National International State Sports Entertainment